ରାଜ୍ୟ

ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ ସୌଧ ଉଦ୍‌ଘାଟିତ – Ibnodisha

[ad_1]

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିବା ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ ଅସ୍ଥାୟୀ କ୍ୟାମ୍ପସ୍ ସୌଧର ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟର ସୁପରିଚାଳନା ପାଇଁ ଇ-ଅଫିସ୍ କାର୍ଯ୍ୟକ୍ଷମ ହେବା ସହ ପ୍ରଥମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି ।

ସୂଚନାଯୋଗ୍ୟ ଯେ ‘ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ’ ୨୦୨୧ରେ ବିଧାନସଭାରେ ପାରିତ ହୋଇ ୫ ମାର୍ଚ୍ଚ ୨୦୨୩ରୁ ଏକାମ୍ର କ୍ଷେତ୍ର ଶିଶୁଭବନ ଛକରେ କାର୍ଯ୍ୟ ଆରମ୍ଭ କରିଥିଲା । ରାଜ୍ୟରେ ମେଡିକାଲ୍ ଏବଂ ସହଯୋଗୀ ସ୍ୱାସ୍ଥ୍ୟବିଜ୍ଞାନ ପାଠ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୪୨ଟି ସ୍ୱାସ୍ଥ୍ୟ ଶିକ୍ଷା ଅନୁଷ୍ଠାନ ଏହି ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେବା ସଙ୍ଗେ ସଙ୍ଗେ ଏମ୍‌ବିବିଏସ୍ ପାଠ୍ୟକ୍ରମ ସହିତ ଅନ୍ୟାନ୍ୟ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଶିକ୍ଷାଦାନ ଆରମ୍ଭ ହୋଇଛି ।

୨୦୨୩-୨୪ ଏକାଡେମିକ୍ ସେସନ୍‌ରୁ ଏମ୍‌ବିବିଏସ୍‌, ଏମ୍‌ଡି,ଏମ୍‌ଏସ୍‌, ଡିଏମ୍‌, ଏମ୍‌ସିଏଚ୍‌, ବିଡିଏସ୍‌, ଏମ୍‌ଡିଏସ୍‌, ବିଏଏମ୍‌ଏମ୍‌, ବିଏଚ୍‌ଏମ୍‌ଏସ୍‌, ବି.ଏସ୍‌ସି ନର୍ସିଂ, ଏମ୍‌.ଏସ୍‌ସି ନର୍ସିଂ, ବିପିଟି, ଏମ୍‌ପିଟି, ବିଏମ୍‌ଏଲ୍‌ଟି, ବିଏମ୍‌ଆରଟି, ବିଇଏମ୍‌ଟି, ବିଓଟିଟି, ବିଏଟି, ବିଓ, ବିଓଟି, ଏମ୍‌ଓଟି, ବି. ଫାର୍ମ, ଏମ୍‌.ଫାର୍ମ ଇତ୍ୟାଦି ନିର୍ଦ୍ଧାରିତ ନିୟମାବଳୀ ଏବଂ ପାଠ୍ୟକ୍ରମ ଅଧୀନରେ ପରିଚାଳିତ ହେବ । ରାଜ୍ୟ ସରକାରଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଛି ବୋଲି କୁଳପତି ପ୍ରଫେସର ଦତ୍ତେଶ୍ୱର ହୋତା କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ , ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଏବଂ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button