ରାଜ୍ୟ

ବିଲରେ ନିଆଁ ଲିଭାଉଥିବା ବେଳେ ଜଳିଗଲେ ବୃଦ୍ଧ – Ibnodisha

[ad_1]

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୁଳି ପଂଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବିଲରେ ନିଆଁ ଲିଭାଉଥିବା ବେଳେ ଜଣେ ବୃଦ୍ଧ ପୋଡି ହୋଇଯାଇଛନ୍ତି । ମୃତକ ଜଣଙ୍କ ଗ୍ରାମର ଦୂତ ମହାନ୍ତ ବୋଲି ଜଣାପଡିଛି । ସୂଚନା ଅନୁସାରେ କେହି ଜଣେ ଦୁର୍ବୃତ ଦୂତ ମହାନ୍ତଙ୍କ ବିଲରେ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ଦୂତ ସଙ୍ଗେ ସଙ୍ଗେ ନିଆଁ ଲିଭାଇବାକୁ ବିଲରେ ପହଂଚିଥିଲେ । ଏବଂ ନିଆଁ ଲିଭାଉଥିବା ସମୟରେ ବୃଦ୍ଧଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ବୃଦ୍ଧ ଜଣଙ୍କ ସମ୍ପୂର୍ଣ୍ଣ ପୋଡି ଯାଇଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବଂ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତୁରୁମୁଙ୍ଗା ଏସ୍‌ଆଇ ରସାନନ୍ଦ ନାୟକ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button