ଦେଶ

ଭାଇର ସଙ୍ଗୀତରେ ଖୁସିରେ ନାଚୁଥିଲା ଭାଇ ହଠାତ ଉଡ଼ିଗଲା ପ୍ରାଣବାୟୁ – Ibnodisha

[ad_1]

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଏଟାହ ଜିଲ୍ଲାରେ ଅଘଟଣ । ଭାଇର ସଙ୍ଗୀତରେ ନାଚୁଥିବା ବେଳେ ହେଲା ୧୫ବର୍ଷିୟ ବାଳକର ମୃତ୍ୟୁ । ହସଖୁସିରେ ବିବାହ ପାଇଁ ପ୍ରସ୍ତୁତି ଚାଲୁଥିବା ବେଳେ ପରିବାରରେ ଖେଳିଗଲା ଶୋକର ଛାୟା । ବାଳକଜଣକ ଅଚେତ ହୋଇ ତଳେ ପଡ଼ିବା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ବାପାଙ୍କ କହିବା ମୁତାବକ, ମାର୍ଚ୍ଚ ୭ରେ ବିବାହ ଥିବା ବେଳେ ୬ରେ ଆମେ ଗାଁ ଲୋକଙ୍କ ପାଇଁ ବିବାହ ଭୋଜି ରଖିଥିଲୁ। ସାରା ଦିନ କାମ କରିବା ପରେ ଭୋଜି ଖାଇ ନାଚିବାକୁ ଆସିଥିଲା ପୁଅ। ଡିଜେର ତାଳେ ତାଳେ ଲୋକମାନେ ନାଚୁଥିବା ବେଳେ ମୋ ପୁଅ ମଧ୍ୟ ସେମାନଙ୍କ ସହ ନାଚିବା ଆରମ୍ଭ କରିଥିଲା | କିଛି ସମୟ ନାଚିବା ପରେ ହଠାତ ସେ ଅଚେତ ହୋଇ ତଳେ ପଡିଯାଇଥିଲା । ତୁରନ୍ତ ଆମେ ତାକୁ ନିକଟସ୍ଥ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ। ହେଲେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ମୃତ୍ୟୁ ପ୍ରକୃତ କାରଣ ଜଣାପଡିନାହିଁ। ଶବ ବ୍ୟବଚ୍ଛେଦ ପରେ ଡାକ୍ତର ଆମକୁ ଜଣାଇବେ ବୋଲି କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button