ଦେଶ

ଧାରା ୩୭୦କୁ ନେଇ ମୁହଁ ଖୋଲିଲେ ଇମ୍ରାନ – Ibnodisha

[ad_1]

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜମ୍ମୁ-କଶ୍ମୀରରେ ଧାରା ୩୭୦ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କଶ୍ମୀର ପ୍ରସଙ୍ଗକୁ ଅଧିକ ଜଟିଳ କରିବ ବୋଲି ଇମ୍ରାନ କହିଛନ୍ତି। ରାୱଲପିଣ୍ଡିର ଅଦିୟନା ଜେଲରେ ଥିବା ଇମ୍ରାନ ଖାନ ଏକ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ୟୁଏନଏସସି ନିଷ୍ପତ୍ତିର ଉଲ୍ଲଂଘନ ଅଟେ। ତାଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଶେୟାର କରିଛି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ସ୍ପଷ୍ଟ ହୋଇଛି ଭାରତୀୟ ସର୍ବୋଚ୍ଚ ଅଦାଲତର ନିଷ୍ପତ୍ତି ଶତାବ୍ଦୀ ଧରି ଚାଲିଥିବା ବିବାଦର ସମାଧାନ କରିବାରେ ସାହାଯ୍ୟ କରିବା ପରିବର୍ତ୍ତେ କଶ୍ମୀର ପ୍ରସଙ୍ଗକୁ ଆହୁରି ଜଟିଳ କରିବ। ତାଙ୍କ ଦଳ କଶ୍ମୀରବାସୀଙ୍କୁ ରାଜନୈତିକ ସମର୍ଥନ ଜାରି ରଖିବ। ସେ ାଶ୍ମୀର ପ୍ରସଙ୍ଗକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦର ମୂଳ କାରଣ ବୋଲି ବର୍ଣ୍ଣନା କରିଛନ୍ତି। ୨୦୧୯ ମସିହାରେ କଶ୍ମୀରର ସ୍ବତନ୍ତ୍ର ସ୍ଥିତି ବଦଳାଇବାକୁ ଚେଷ୍ଟା କରିବା ପରେ ତାଙ୍କ ତତ୍କାଳୀନ ପିଟିଆଇ ସରକାର ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜାତୀୟ ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଥିବା ବେଳେ ସେ ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିଲେ। ତେବେ, ୫ ଅଗଷ୍ଟ ୨୦୧୯ ପରେ ଏହା ସମ୍ଭବ ହୋଇ ନ ଥିଲା, କାରଣ ସେ କଶ୍ମୀରବାସୀଙ୍କ ଇଚ୍ଛା ସହିତ ଆପୋଷ ବୁଝାମଣା କରିପାରି ନ ଥିଲେ ବୋଲି କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button