ଅପରାଧ

ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ମାଡ଼ – Ibnodisha

[ad_1]

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସୋର ଥାନା ତଳନଗର ପଞ୍ଚାୟତ ଭଡରାଗଡ଼ିଆ ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ମାଡ଼ ମାରିବା ଫଳରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଯୁବକ ହେଲେ ଉମାକାନ୍ତ ବେହେରାଙ୍କ ପୁଅ ଅଭିମନ୍ୟୁ ବେହେରା (୨୧)। ଅଭିମନ୍ୟୁ ଗତ ଦୁଇବର୍ଷ ତଳେ ଗ୍ରାମର ଅଶୋକ ବେହେରାଙ୍କ ଝିଅକୁ ଭଲ ପାଉଥିବା ବେଳେ ଏ ବାବଦରେ ପରସ୍ପର ମଧ୍ୟରେ ବୁଝାମଣା ହୋଇଥିଲା। ଆଜି ସକାଳେ ଅଭିମନ୍ୟୁ ତାଙ୍କ ଜେଜେମାଙ୍କ ସହିତ ବିଲକୁ ଯାଉଥିବା ବେଳେ ଅଶୋକ ଓ ତାଙ୍କ ସହଯୋଗୀ ସୁଦର୍ଶନ ବେହେରା ସେଠାରେ ପହଞ୍ଚି ଏକ ବାଉଁଶ ବାଡ଼ି ଓ ଲୁହା ଛଡ଼ରେ ଅଭିମନ୍ୟୁକୁ ଆକ୍ରମଣ କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏ ବାବଦରେ ଅଭିମନ୍ୟୁଙ୍କ ବାପା ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button