କେନ୍ଦ୍ର ସରକାରଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଗ୍ରାମୀଣ ଡାକ ସେବକଙ୍କ ଅନିର୍ଦ୍ଧିଷ୍ଟ ଧର୍ମଘଟ – Ibnodisha
[ad_1]
ଦେବଗଡ଼: କେନ୍ଦ୍ର ସରକାରଙ୍କ କର୍ମଚାରୀ ମାରଣ ନୀତି ଓ ଅନ୍ୟାୟ ବିରୁଦ୍ଧରେ ଗ୍ରାମୀଣ ଡାକ ସେବକଙ୍କ ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ ଡାକରା ଯୋଗୁଁ ଜିଲ୍ଲାରେ ଡାକ ସେବା ଠପ ହୋଇ ପଡ଼ିଥିବା ବେଳେ ଏହାର ପ୍ରଭାବରେ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ କର୍ମଚାରୀଙ୍କ ସମାନ କାମକୁ ସମାନ ବେତନ, ଗୋଷ୍ଠୀ ସ୍ୱାସ୍ଥ୍ୟ ବୀମା 5 ଲକ୍ଷ ଟଙ୍କାକୁ ବୃଦ୍ଧି କରିବା,ସ୍ଥାୟୀ କର୍ମଚାରୀ ମାନ୍ୟତା, ପ୍ରତି 12 ବର୍ଷରେ ଆର୍ଥିକ ପଦୋନ୍ନତି ସୁପାରିଶକୁ କାର୍ଯ୍ୟକାରୀ କରିବା ଓ ଟାର୍ଗେଟ ନାମରେ କର୍ମଚାରୀଙ୍କ ଉପରେ ଅଧିକାରୀଙ୍କ ଜୁଲୁମ ବନ୍ଦ ଆଦି ଦୀର୍ଘ ଦିନରୁ ଦାବୀ କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର କର୍ଣ୍ଣ ପାତ କରୁନଥିବା ଅଭିଯୋଗ କରିଛନ୍ତି l ସେହିପରି କେନ୍ଦ୍ର ସରକାରଙ୍କ କର୍ମଚାରୀ ମାରଣ ନୀତି ଯୋଗୁଁ ଡାକ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଭାବେ ବିଭକ୍ତ କରି କର୍ମଚାରୀଙ୍କୁ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ କରୁଥିବା ବେଳେ ସବକା ସାଥ ସବକା ବିକାଶର ମିଥ୍ୟା ଡିଣ୍ଡିମ ପିଟୁଥିବା କେନ୍ଦ୍ର ସରକାର ସେମାନଙ୍କ ଦାବୀ ପୂରଣ ନକରିବା ଯାଏଁ ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ ଜାରି ରଖିବେ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି l
[ad_2]