ରାଜ୍ୟ

ନିଆଁ ପୁଇଁ ହେବା ବେଳେ ଜଳିଗଲେ ମହିଳା – Ibnodisha

[ad_1]

ଢେଙ୍କାନାଳ: ନିଆଁ ପୁଇଁ ହେବା ବେଳେ ଜଳିଗଲେ ମହିଳା । ଜାଡରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକ ନିଆଁ ପୁଇଁ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି  । ଏହାରି ଭିତରେ ଏକ ଅଘଟଣ ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଚାଉଳିଆଝରଣ ଗାଁରେ । ନିଆଁ ପୋଇଁ ହେଉଥିବା ବେଳେ ଲୁଗାରେ ନିଆଁ ଲାଗି ଜଳିଯାଇଛନ୍ତି ଜଣେ ମହିଳା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା  ।ଗୁରୁତର ମହିଳା ଜଣକ ଚାଉଳିଆଝରଣ ଗାଁର ଗୌରୀ ସୋରେନ ବୋଲି ଜଣାପଡିଛି  । ଭୋର ସମୟରେ ଘର ପାଖରେ ନିଆଁ ଜାଳି ପୋଇଁ ହେଉଥିବା ବେଳେ ଅସାବଧାନତା କାରଣରୁ ଲୁଗାରେ ନିଆଁ ଲାଗି ଯାଇଥିଲା । ତାଙ୍କ ଶରୀରର ପ୍ରାୟ ଅର୍ଦ୍ଧେକ ଅଂଶ ନିଆଁରେ ଜଳି ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button