ଦେଶ

ଅସୁସ୍ଥ ଭାଇଙ୍କୁ ‘କିଡ୍‌ନି’ ଦେଲେ ଭଉଣୀ, ସ୍ବାମୀ ଜିଣିବାରୁ ସ୍ତ୍ରୀକୁ ଦେଲା ଛାଡ଼ପତ୍ର – Ibnodisha

[ad_1]

ଗୋଣ୍ଡା: ଅସୁସ୍ଥ ଭାଇଙ୍କୁ ‘କିଡ୍‌ନି’ ଦେଲେ ଭଉଣୀ, ସ୍ବାମୀ ଜିଣିବାରୁ ସ୍ତ୍ରୀକୁ ଦେଲା ଛାଡ଼ପତ୍ର । ଉତ୍ତର ପ୍ରଦେଶର ବୈରିୟାହି ଗାଁରେ ରହୁଥିବା ସ୍ତ୍ରୀ ତା’ର ଅସୁସ୍ଥ ଭାଇକୁ ‘କିଡ୍‌ନି’ ଦାନ କରିଥିବା ଜାଣି ସାଉଦି ଆରବରେ କାମ କରୁଥିବା ସ୍ବାମୀ ତାଙ୍କୁ ‘ହ୍ବାଟ୍‌ସ୍‌ଆପ୍‌’ରେ ତିନ୍‌ ତଲାକ୍‌ ଦେଇଥିବା ପୁଲିସ କହିଛି। ସୂଚନା ଅନୁସାରେ, ‘କିଡ୍‌ନି’ ଦାନ କରି ଭାଇର ଜୀବନ ରକ୍ଷା କରିବା ଲାଗି ସ୍ତ୍ରୀ ନିଷ୍ପତ୍ତି ନେବାରୁ ବିଶୃଙ୍ଖଳାର ସୂତ୍ରପାତ ହୋଇଥିଲା। ଭାଇକୁ ‘କିଡ୍‌ନି’ ଦାନ କରିଥିବ ବିଷୟରେ ସ୍ବାମୀଙ୍କୁ ‘ମେସେଜ୍‌’ କରିବାକ୍ଷଣି ସ୍ବାମୀ ତାଙ୍କୁ ‘ତିନ୍‌ ତଲାକ୍‌’ ଦେଲେ। ଏଭଳି ମହତ୍‌ କାର୍ଯ୍ୟର ଏଭଳି ପରିଣାମ ହେବ ବୋଲି ମହିଳାଜଣକ କଳ୍ପନା କରି ନ ଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ୨୦୧୯ରୁ ଦେଶରେ ତିନ୍‌ ତଲାକ୍‌ ପ୍ରଥାକୁ ବେଆଇନ ଓ ଅସାମ୍ବିଧାନିକ ବୋଲି ଘୋଷଣା କରାଯାଇଛି। ମୁସଲମାନ ମହିଳା (ଅଧିକାର ଓ ବିବାହ ସୁରକ୍ଷା) ଆଇନ ଅନୁସାରେ, ତିନ୍‌ ତଲାକ୍‌କୁ ବେଆଇନ ପ୍ରଥା ବୋଲି କୁହାଯାଇଛି। ଏହାକୁ ଅମାନ୍ୟ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ହୋଇପାରେ। ସୁପ୍ରିମ୍‌ କୋର୍ଟ କହିଛନ୍ତି, ଏହି ମାମଲାରେ ଆଗୁଆ ଜାମିନ ମଞ୍ଜୁର କରାଯିବାରେ ଅସୁବିଧା ନାହିଁ। କିନ୍ତୁ, ତା’ ପୂର୍ବରୁ ଅଦାଲତ ତଲାକ୍‌ ପାଇଥିବା ଉକ୍ତ ମହିଳାଙ୍କ ନିବେଦନ ଶୁଣାଣି କରିବା ଆବଶ୍ୟକ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button