ରାଜ୍ୟ

ବିଶ୍ୱନାଥପୁର ଗହୀରରେ ନିଆଁ ଲାଗି ଜଳିଗଲା ୨୦ ଏକରରୁ ଉର୍ଦ୍ଧ୍ବ ଧାନ ଫସଲ

ବାଲିପାଟଣା: ଚାଷୀ ଅକ୍ଲାନ୍ତ ପରିଶ୍ରମ କରି ଧାନରୁଆ ପୋତା କରିଥିଲେ | ଧାନ ପାଚି ଅମଳ ଅବସ୍ଥାରେ ଅଛି | ଏତିକି ବେଳେ ପାଚିଲା ଧାନ ଖେତରେ ନିଆଁ ଲାଗି ଏକର ଏକର ଧାନ ପୋଡ଼ି ପାଉଁଶ ହୋଇଯାଇଛି | ଫଳରେ ଶହ କୁଇଣ୍ଟାଲ ଧାନ ନଷ୍ଟ ହୋଇଛି | ଚାଷୀଙ୍କ ବର୍ଷକ ଆହାର ଧୂଳିସାତ୍ ହୋଇଯାଇଛି|

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ବେଳେ ବାଲିପାଟଣା ବ୍ଲକ ବିଶ୍ୱନାଥପୁର ଓ ସାତକାବାଦ ଗହୀରରେ ଜନୈକ ଚାଷୀ ଧାନ ଅମଳ ପରେ ମୁଗ ବୁଣିବା ପାଇଁ ଜମାହୋଇଥିବା କୁଟାରେ ନିଆଁ ଲଗାଇଥିଲେ| ଉତ୍ତରା ପବନ ବୋହିବାରୁ ନିଆଁ ପାଖ କିଆରୀ ଉଡ଼ିବା ସହ ବ୍ୟାପି ଯାଇଥିଲା | ଚାହୁଁ ଚାହୁଁ ପ୍ରାୟ ୨୦ ଏକରରୁ ଉର୍ଦ୍ଧ୍ବ ପାଚିଲା ଧାନ କ୍ଷଣିକ ମଧ୍ୟରେ ଜଳି ଯାଇଛି | ୪୦୦ରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ପୋଡ଼ି ପାଉଁଶ ହୋଇଛି | ବାଲିପାଟଣା ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଛନ୍ତି | ଘଟଣାକୁ କେନ୍ଦ୍ର କରି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି| କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ଉଠିଛି |

Related Articles

Leave a Reply

Your email address will not be published. Required fields are marked *

Back to top button