ରାଜ୍ୟ

ଗାଧୋଉବାକୁ ଯାଇ ନଦୀରେ ଭାସଗଲେ ଦୁଇ ଶିଶୁ – Ibnodisha

[ad_1]

ରାୟଗଡା: ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ମିନାଝୋଲା ଶୈବପୀଠରେ ଆଜି ଅଭାବନୀୟ ଘଟଣା ଘଟିଛି । ଦୁଇ ଶିଶୁ ଗାଧୋଉଥିବା ବେଳେ ନଦୀରେ ଭାସିଯାଇଥିବା ଜଣାପଡିଛି ।

ଦୁଇ ଶିଶୁଙ୍କୁ ଉଦ୍ଧାର ପାଇଁ ଚନ୍ଦ୍ରପୁର ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଘଟଣା ଅନୁଯାୟୀ କନ୍ଧମାଳ ଜିଲ୍ଲାର କୋଟଗୋଡ ବ୍ଲକର ଶ୍ରୀରାମପୁର ଗ୍ରାମର କିଛି ପରିବାର ଶେଷ ସୋମବାର ଉପଲକ୍ଷେ ମିନାଝୋଲା ଶୈବପୀଠକୁ ଆସିଥିଲେ । ତେବେ ଶୈବପୀଠକୁ ଲାଗି ରହିଥିବା ବଂଶଧାରା ନଦୀରେ ପରିବାର ଲୋକେ ଗାଧୋଉଥିବା ବେଳେ ସେମାନଙ୍କ ସହ କିଛି ଶିଶୁମାନେ ମଧ୍ୟ ନଦୀରେ ପଶିଥିଲେ । ତେବେ ରତ୍ନାକର ବଡନାୟକ(୯) ଏବଂ ସ୍ମୃତି ବଡସେଠ(୧୦) ନାମକ ଦୁଇ ଶିଶୁ ପାଣିରେ ଭାସିଯାଇଥିଲେ । ତେବେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ନହେବାରୁ ତୁରନ୍ତ ଅଗ୍ନିଶମ ଏବଂ ଓଡ୍ରାଫ ଟିମ ଆସି ନଦୀରେ ପଶି ଉଦ୍ଧାର କାର୍ଯ୍ୟ କରୁଥିବା ଜଣାପଡିଛି ।ଖବର ଲେଖାଯିବା ପର୍ଯ୍ୟନ୍ତ ଦୁଇ ଶିଶୁଙ୍କର କୌଣସି ଖୋଜ ଖବର ମିଳିନାହିଁ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button