ଦେଶ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ – Ibnodisha

[ad_1]

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ। ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ହୃଦଘାତରେ ଶିକାର ହୋଇଥିବା ମନୋହର ଯୋଶୀଙ୍କୁ ଗତ ୨୧ ତାରିଖରେ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଏକ ଡାକ୍ତରୀ ଟିମ୍‌ ଆଇସିୟୁରେ ତାଙ୍କ ଚିକିତ୍ସା କରୁଥିଲେ। ମାତ୍ର ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଅବସ୍ଥା ସୁଧୁରିବା ପରିବର୍ତ୍ତେ ବିଗିଡ଼ିବାକୁ ଲାଗିଲା। ଆଉ ଆଜି ଭୋର ୩ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମନୋହର ଯୋଶୀଙ୍କ ମୃତଦେହକୁ ଅନ୍ତିମ ଦର୍ଶନ ନିମନ୍ତେ ତାଙ୍କ ବାସଭବନରେ ରଖାଯିବ । ଏହାପରେ ଏକ ଶୋଭାଯାତ୍ରାରେ ତାଙ୍କ ମୃତଦେହକୁ ଦାଦର ଶ୍ମଶାନ ଘାଟକୁ ନିଆଯିବ । ସେଠାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

୧୯୯୫ ରୁ ୧୯୯୯ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଶିବସେନା ଦଳର ପ୍ରଥମ ନେତା ଯିଏକି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ବ୍ୟତୀତ ମନୋହର ଯୋଶୀ ମଧ୍ୟ ଜଣେ ସାଂସଦ ରହିବା ସହ ତତ୍କାଳୀନ ବାଜପେୟୀ ସରକାରରେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଲୋକସଭା ବାଚସ୍ପତି ମଧ୍ୟ ଥିଲେ। ମାର୍ଚ୍ଚ ୧୯୯୫ରେ ମନୋହର ଯୋଶୀ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। । ସେ ଶିବସେନାର ପ୍ରଥମ ନେତା ଯିଏକି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୯୬୬ ମସିହାରେ ଗଠନ ହେବା ପରଠାରୁ ଏହି ଦଳ ସହ ଜଡିତ ଥିଲେ। ୧୯୩୭ ଡିସେମ୍ବର ୨ ତାରିଖରେ ମହାରାଷ୍ଟ୍ର ରାୟଗଡ ଜିଲ୍ଲାର ନନ୍ଦବୀ ଗାଁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ ଜନ୍ମ ହୋଇଥିଲେ। ତାଙ୍କର ପୁରା ନାମ ଥିଲା ମନୋହର ଗଜାନନ ଯୋଶୀ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button