ଦେଶ

ସୁରକ୍ଷାବଳକୁ ଚକମା ଦେଇ ଦୁଷ୍କର୍ମ ଅଭିଯୁକ୍ତ ଫେରାର – Ibnodisha

[ad_1]

ନୂଆଦିଲ୍ଲୀ : ପୋଲିସ ସୁରକ୍ଷାରେ ଫାଟ । ଦିଲ୍ଲୀରେ ସିଆଇଏସଏଫର କଷ୍ଟଡିରୁ ଦୁଷ୍କର୍ମ ଆରୋପୀ ଫେରାର । ଗତ ତିନି ବର୍ଷ ଧରି ଫେରାର ଥିବା ଦୁଷ୍କର୍ମ ଅଭିଯୁକ୍ତ ଅମନଦୀପ ସିଂ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହୋଇଥିଲା । ଅଭିଯୁକ୍ତ ଅମନଦୀପ ଗତ ଡିସେମ୍ବର ୨୦ ତାରିଖରେ ବହାରିନରୁ ଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧୀ ଇଣ୍ଟର ନ୍ୟାସନାଲ ଏୟାର ପୋର୍ଟ ଆସି ପହଞ୍ଚିଥିଲା ଏବଂ ଯୋଜନା ମୁତାବକ ତାକୁ ଏୟାର ପୋର୍ଟରୁ ଗିରଫ କରିଯାଇଥିଲା । ରେପ୍ ଆରୋପୀକୁ ସିଆଇଏସଏଫ ଯବାନ ମାନେ ଦିଲ୍ଲୀ ପୋଲିସକୁ ପ୍ରତ୍ୟାର୍ପଣ କରିବାକୁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏହା ପୂର୍ବରୁ ସେ ପୁଣି ଫେରାର ହୋଇଯାଇଛି । ବର୍ତ୍ତମାନ ବିଭିନ୍ନ ଟିମ ଉକ୍ତ ଅଭିଯୁକ୍ତର ସନ୍ଧାନରେ ଜୁଟିଛନ୍ତି । ଡିସିପି ଦେବେଶ କୁମାର ମହଲା ଉକ୍ତ ଘଟଣାର ପୁଷ୍ଟି କରିଛନ୍ତି ।

ପୋଲିସର ସୂଚନା ମୁତାବକ ପଞ୍ଜାବର ଲୁଧିଆନାରେ ଅମନଦୀପ ସିଂ ନାଁ ରେ ଏକ ରେପ କେସ ରୁଜୁ ହୋଇଥିଲା । ତେଣୁ ଗତ ୨୦୨୦ ଏପ୍ରିଲରୁ ସେ ପଞ୍ଜାବରୁ ଫେରାର ହୋଇ ଯାଇଥିଲା । ଏଥି ପାଇଁ ତା ବିରୋଧରେ ଲୁକ ଆଉଟ ନୋଟିସ ଜାରି ହୋଇଥିଲା । ତେବେ ଇନ୍ଦିରାଗାନ୍ଧୀ ଇଣ୍ଟର ନ୍ୟାସନାଲ ଏୟାର ପୋର୍ଟରେ ସେ ପହଞ୍ଚିବା ମାତ୍ରେ ତାକୁ ଇମିଗ୍ରେସନ ବିଭାଗ କାବୁ କରି ସିଆଇଏସଏଫକୁ ଜିମା ଦେଇଥିଲା ଏବଂ ଏହା ପରେ ଦିଲ୍ଲୀ ପୋଲିସକୁ ପ୍ରତ୍ୟାର୍ପଣ କରିବା ଆଗରୁ ଦିନ ୧୦ ଟା ବେଳେ ଇମିଗ୍ରେସନ ବିଭାଗର କାଉଣ୍ଟର ନମ୍ବର ୩୩ ରୁ ଡେଇଁ ଫେରାର ହୋଇ ଯାଇଥିଲା । ସୂଚନା ଅନୁସାରେ ଶୌଚାଳୟ ଯିବା ବାହାନା ରେ ଅଭିଯୁକ୍ତ ଅମନ ଦୀପ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ଫେରାର ହୋଇ ଯାଇଛି । ଏ ନେଇ ନିକଟସ୍ଥ ଏୟାର ପୋର୍ଟ ପୋଲିସ ଷ୍ଟେସନ ରେ ଆଇପିସି ଧାରା ୨୨୪ ଅନୁସା ରେ ମାମଲା ଦର୍ଜ ହୋଇଛି । ଟେକ୍ନିକାଲ ସର୍ଭିଲାନ୍ସ ଏବଂ ମିଳିଥିବା ସିସିଟିଭି ଫୁଟେଜକୁ ବ୍ୟବହାର କରି ଫେରାର ହୋଇ ଥିବା ଆସାମୀକୁ ଖୋଜିବା ପାଇଁ ବିଭିନ୍ନ ଟିମ କୁ ଦାୟିତ୍ୱ ଦିଆଯାଇଛି ଓ ଖୁବ ଶୀଘ୍ର ଅପରାଧୀ କୁ ଗିରଫ କରାଯିବ ବୋଲି ଡିସିପି ଦେବେଶ କୁମାର ମହଲା ସୂଚନା ଦେଇଛନ୍ତି । ଏହାକୁ ନେଇ ସୁରକ୍ଷାବଳ ଙ୍କ ପାରିବାପଣିଆ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button