ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ସହିପାରିଲେ ନାହିଁ ସ୍ତ୍ରୀ; ୨ଘଣ୍ଟା ପରେ ଗଲା ଜୀବନ – Ibnodisha
[ad_1]
ଲକ୍ଷ୍ନୌ: ସ୍ୱାମୀଙ୍କ ମୃତ୍ୟୁର ୨ଘଣ୍ଟା ପରେ ସ୍ତ୍ରୀର ମୃତ୍ୟୁ । ଉତ୍ତରପ୍ରଦେଶର ଝାନ୍ସିରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ଏଠାରେ ରହୁଥିବା ଜଣେ ମହିଳା ସ୍ୱାମୀଙ୍କ ମୃତ୍ୟୁର ଦୁଃଖକୁ ସହି ପାରିନଥିଲେ ଏବଂ ୨ଘଣ୍ଟା ପରେ ସେ ମୃତ୍ୟୁବରଣ କରିଥିଲେ । ଏକା ସାଙ୍ଗରେ ଦୁଇ ଜଣ ସଦସ୍ୟଙ୍କୁ ହରାଇବା ପରେ ଏବେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି । ସୂଚନା ମୁତାବକ, ଜିଲ୍ଲାର ବଘେରା ଗ୍ରାମରେ ରହୁଥିବା ୫୦ବର୍ଷୀୟ ପ୍ରୀତମ୍ ସବୁଦିନ ପରି ଘଟଣା ଦିନ ମଇଁଷି ଚରାଇବାକୁ ଚାଷ ଜମିକୁ ଯାଇଥିଲେ । ହଠାତ୍ ଜୋରରେ ବର୍ଷା ହେବାରୁ ଗାଁ ପାଖରେ ଥିବା ଚେକ୍ ଡ୍ୟାମରେ ପାଣିର ସ୍ଥର ବଢ଼ି ଯାଇଥିଲା । ସନ୍ଧ୍ୟା ସମୟରେ ମଇଁଷିକୁ ନେଇ ଡ୍ୟାମ ବାଟ ଦେଇ ଘରକୁ ଫେରୁଥିଲେ ପ୍ରୀତମ୍ ।
ହେଲେ ଡ୍ୟାମରେ ପାଣି ଅଧିକ ଥିବା ତାଙ୍କୁ ଜଣାନଥିଲା । ପାଣି ଅଧିକ ଥିବା ଜାଣି ନପାରି ପ୍ରୀତମ ଚେକଡ୍ୟାମରେ ପ୍ରବେଶ କରିବାରୁ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ଏଣେ ରାତି ହେବା ପରେ ବି ପ୍ରୀତମ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଏହା ପରେ ଚେକଡ୍ୟାମ ନିକଟରେ ତାଙ୍କ ଚପଲ ଭାସୁଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରୀତମଙ୍କୁ ଡ୍ୟାମ ପାଣି ଭିତରେ ଖୋଜିବା କାମ ଆରମ୍ଭ କରିଥିଲା । କିଛି ସମୟ ପରେ ପ୍ରୀତମଙ୍କ ଶବ ମିଳିଥିଲା । ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଶୁଣି ତାଙ୍କ ପତ୍ନୀ ସହିପାରିନଥିଲେ । ପରିବାର ଲୋକେ ଅନେକ ବୁଝାଇଥିଲେ ବି ପ୍ରୀତମଙ୍କ ମୃତ୍ୟୁର ୨ଘଣ୍ଟା ପରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା ।
[ad_2]