ରାଜ୍ୟ

କଟକରେ ଫୁଟିଲା ଗୁଳି, ଜଣେ ମୃତ – Ibnodisha

[ad_1]

କଟକ : କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଫୁଟିଛି ଗୁଳି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ଜଣେ ରାଜମିସ୍ତ୍ରୀ ଥିଲେ। ତାଙ୍କ ଘର ବାଙ୍କୀ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିଲେ। ସେତେବେଳେ ରାଜମିସ୍ତ୍ରୀ ଜଣଙ୍କ ଘରେ ଥିଲେ। ଦୁର୍ବୃତ୍ତ ଦ୍ୱୟ ତାଙ୍କ ଘରଠାରୁ କିଛି ଦୂରରେ ବାଇକ ରଖି ସେଠାକୁ ଯାଇଥିଲେ ଓ ଗୁଳି କରିଥିଲେ।

ଏହି ଗୁଳିମାଡ଼ ଘଟଣାର କାରଣ ଜଣାପଡ଼ିନାହିଁ। ତେବେ ଦୁର୍ବୃତ୍ତ ଦ୍ୱୟ ମୃତକଙ୍କ ସାଙ୍ଗ ବୋଲି ଜଣାପଡ଼ିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି ବଥଲି କୁହାଯାଉଛି। କଟକ ସଦର ଥାନା ଆଇଆଇସିଙ୍କ ସହିତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button