ଜାଭେଲିନ ଖେଳ ହେଲା କାଳ; ଚାଲିଗଲା ଛାତ୍ରର ଜୀବନ – Ibnodisha
[ad_1]
ମୁମ୍ବାଇ: ଜାଭେଲିନ ଖେଳ ହେଲା କାଳ । ଜାଭେନିଲ ଥ୍ରୋ ଅଭ୍ୟାସ ଚାଲିଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ବାଜିଲା ଜାଭେଲିନ । ଜଣେ ଛାତ୍ର ଜାଭେଲିନ ଥ୍ରୋ କରୁଥିବା ବେଳେ ତାହା ଅନ୍ୟ ଜଣେ ଛାତ୍ରଙ୍କ ମୁଣ୍ଡରେ ବାଜିବା ପରେ ଘଟଣା ସ୍ଥଳରେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଏକ ସ୍କୁଲରେ । ଜାଭେଲିନ ଥ୍ରୋ ଅଭ୍ୟାସ ଚାଲିଥିବା ବେଳେ ଏପରି ଘଟଣା ଘଟିଥିଲା । ପୋଲିସ ଏନେଇ ତଦନ୍ତ ଚଳାଇଛି । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଡେୱେର ।
ବୁଧବାର ଅପରାହ୍ନରେ ମଙ୍ଗଳା ତାଲୁକା ଅନ୍ତର୍ଗତ ଗୋରେଗାଓଁର ପୁରଆର ଗ୍ରାମରେ ଥିବା ଆଇଏନଟି ଇଂରାଜୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସ୍କୁଲ ପଡିଆରେ ଜାଭେଲିନ୍ ଫିଙ୍ଗିବା ଅଭ୍ୟାସ କରୁଥିଲେ । ମୃତକ ଜଣଙ୍କ ମଧ୍ୟ ଏଥିରେ ସାମିଲ ଥିଲେ । ଅନ୍ୟ ଜଣେ ଛାତ୍ର ଜାଭେଲିନ ଭିଙ୍ଗିବା ବେଳେ ତାହା ସିଧା ଯାଇ ଡେୱେରଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ଘଟଣା ସ୍ଥଳରେ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିଲା । ଜଣେ ଅଧିକାରୀ କହିଛନ୍ତି ଯେ, ଅଭ୍ୟାସ ଚାଲିଥିବା ସମୟରେ ମୃତ ଛାତ୍ରଙ୍କ ଜଣେ ସହଯୋଗୀ ଜାଭେଲିନ ଭିଙ୍ଗିଥିଲେ । ଏହି ସମୟରେ ଡାୱେର ଯୋତା ପିନ୍ଧୁଥିବା ବେଳେ ତାଙ୍କ ଆଡକୁ ଜାଭେଲିନଟି ଆସୁଥିବା ସେ ଜାଣି ପାରିନଥିଲେ । ଫଳରେ ଜାଭେଲିନ ତାଙ୍କ ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ସେ ଟଳି ପଡିଥିଲେ ।
ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଯେଉଁ ଛାତ୍ର ଜାଭେଲିନ ଭିଙ୍ଗିଥିଲେ ସେ ଜାଣି ଶୁଣି ଏମିତି କରିଥିଲେ ନା ଅଜାଣତରେ ଏମିତି ହୋଇଛି ନେଇ ପୋଲିସ ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି । ସ୍କୁଲରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯିବ । ୨୦୨୨ ଡିସେମ୍ବର ମାସରେ ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଚାଲିଥିଲା । ଏହି ସମୟରେ ଜଣେ ଛାତ୍ରଙ୍କ ତଣ୍ଟିରେ ଜାଭେଲିନ ପଶିଯାଇଥିଲା । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ସଫଳ ଅସ୍ତ୍ରୋପଚାର କରିବା ପରେ ଛାତ୍ର ଜଣଙ୍କ ସୁସ୍ଥ ହୋଇଥିଲେ ।
[ad_2]