ଦେଶ
୪୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ ; ୬ ପାକିସ୍ତାନୀ ଗିରଫ – Ibnodisha

[ad_1]
ଗାନ୍ଧୀନଗର : ଗୁଜରାଟର ସମୁଦ୍ର ଉପକୂଳରୁ ୪୦୦ କୋଟି ଟଙ୍କାର ଡ୍ରଗ୍ସ ସହିତ ୬ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି। ସେମାନେ ଏକ ବୋଟ୍ରେ ଏହି ଡ୍ରଗ୍ସ ଭାରତକୁ ଆଣିଥିଲେ। ଏହି ଅଭିଯୁକ୍ତମାନେ ଭାରତର ସୀମା ଭିତରକୁ ଗତକାଲି ରାତିରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ସୂଚନା ପାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍ ର ଅଧିକାରୀମାନେ ସେମାନଙ୍କୁ ଧରିଛନ୍ତି। ଗୁଜରାଟ ଏଟିଏସ୍ର ସୂଚନା ଅନୁଯାୟୀ ନିଷିଦ୍ଧ ଡ୍ରଗ୍ସକୁ ଏହି ବ୍ୟକ୍ତିମାନେ ଦିଲ୍ଲୀ ଓ ପଞ୍ଜାବରେ ପହଞ୍ଚାଇବା ଯୋଜନା ରଖିଥିଲେ। ଭାରତୀୟ ବୋଟ୍ ସହାୟତାରେ ସେମାନେ ଉକ୍ତ ଡ୍ରଗ୍ସ ଆଣିଥିବାବେଳେ ପୋରବନ୍ଦର ନିକଟରେ ସେମାନଙ୍କୁ ଧରାଯାଇଛି।
[ad_2]