ରାଜ୍ୟ
ରାଜ୍ୟରେ ବଢ଼ିବ ତାପମାତ୍ରା – Ibnodisha
[ad_1]
ଭୁବନେଶ୍ବର: ରାଜ୍ୟରେ ବଢ଼ିବ ତାପମାତ୍ରା । ୪୦ ଡିଗ୍ରୀ ଛୁଇଁପାରେ ପାରଦ । ଆଜି ଓ ଆସନ୍ତାକାଲି ରାଜ୍ୟରେ ତାତି ୨ରୁ ୪ ଡିଗ୍ରୀ ବଢ଼ିବ । କଟକ, ଭୁବନେଶ୍ବର ଅନ୍ୟ କିଛି ସ୍ଥାନରେ ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ ତାପମାତ୍ରା । ୧୫ ତାରିଖରୁ ପାଗରେ ପରିବର୍ତ୍ତନ ହେବ । ୪ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତକାଲି ରାଜଧାନୀ ତାପମାତ୍ରା ୩୭ଡିଗ୍ରୀ ରହିଥିଲା । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିଛି । ଦିନ ସମୟରେ ଖରା ସାଙ୍ଗକୁ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଗତକାଲି ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ଼ ଓ ବୌଦ୍ଧରେ ୩୮, ଭବାନୀପାଟଣାରେ ୩୭.୮, ନୟାଗଡ଼ରେ ୩୭.୫, ତାଳଚେରରେ ୩୭.୪, ଢେଙ୍କାନାଳ, ମାଲକାନଗିରି ଓ ଭୁବନେଶ୍ବରରେ ୩୭ ଡିଗ୍ରି ରହିଥିଲା।
[ad_2]