ରାଜ୍ୟ

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ସୁରକ୍ଷା ଲାଗି ୧୪ ଗାଡ଼ି ସାମିଲ – Ibnodisha

[ad_1]

ଭୁବନେଶ୍ୱର: ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ୧୪ଟି ସ୍ୱତନ୍ତ୍ର ୪ଚକିଆ ଯାନ ଓଏମ୍‌ସିର ସହାୟତାରେ ପ୍ରସ୍ତୁତ କରାଯାଇଛି । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଉଭୟ ବାଘ ଏବଂ ହାତୀ ଲାଗି ପରିଚିତ । ଏଠାରେ ରାଜ୍ୟର ୯୦% ବାଘ, ୧୬% ଚିତା ଏବଂ ୨୫% ହାତୀ ବାସ କରୁଛନ୍ତି । ଶିମିଳିପାଳରେ ବାଘ ପ୍ରଜନନ ଲାଗି ବ୍ୟବସ୍ଥା ହୋଇଥିବା ବେଳେ ଏହା ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ମଧ୍ୟ ହାସଲ କରିଛି । ଏହାବ୍ୟତୀତ ଶିମିଳିପାଳ ଅଭୟାରଣ୍ୟରେ ବିଭିନ୍ନ ରକମର ପଶୁ, ପକ୍ଷୀ, ମୂଲ୍ୟବାନ ବୃକ୍ଷ ଆଦି ରହିଛି । ଭୌଗଳିକ ଦୃଷ୍ଟିରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ହେଉଛି ଦେଶର ଷଷ୍ଠ ବୃହତ ପ୍ରକଳ୍ପ ।

ତେବେ ଏହାର ସୁରକ୍ଷା ଲାଗି ୧୬ଟି ୱାଚଟାୱାର, ୧୯ଟି ଚେକ୍‌ପୋଷ୍ଟ ଆଦି ରହିଛି । ଏହି ଅଭୟାରଣ୍ୟ ପରିସରରେ ଥିବା ପଶୁଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ୧୪ଟି ସ୍ୱତନ୍ତ୍ର ବୋଲେରୋ ଗାଡ଼ି ଯୋଗାଇ ଦେଇଛନ୍ତି । ଅଭୟାରଣ୍ୟରେ ବିଭିନ୍ନ ସୁରକ୍ଷାକୁ ନଜର ଦେବା ସହ ସବୁ ସ୍ଥିତିରେ ଯେପରି କାର୍ଯ୍ୟକରିବାରେ ସହାୟକ ହେବ ସେଥିଲାଗି ସମ୍ପୃକ୍ତ ୧୪ଟି ବଲେରୋ କ୍ୟାମ୍ପରର୍ସକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଗାଡିରେ ରିମୋର୍ଟ କଣ୍ଟ୍ରଲ ବ୍ୟବସ୍ଥା ରହିଥିବାରୁ ରାତିରେ ଅଭୟାରଣ୍ୟରେ ବିଭିନ୍ନ ଦିଗ ଉପରେ ଏହା ନଜର ରଖିବାରେ ସହାୟକ ହେବ । ଏହି ଗାଡି ବିଶେଷକରି ଶିମିଳିପାଳ ସ୍ପେଶାଲ ଟାଇଗର ପ୍ରେଟେକ୍ସନ ଫୋର୍ସ(ଏସ୍‌ଟିପିଏଫ୍‌), ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ୍‌) ଏବଂ ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ଲଗି ବ୍ୟବହୃତ କରାଯିବ ବୋଲି ଜଣାପଡିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button