ରାଜ୍ୟ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଘଟଣା: ଧରାହେଲା ଅଭିଯୁକ୍ତ – Ibnodisha

[ad_1]

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ଧରାଯାଇଥିବା ଜଣାଯାଇଛି। ବେଙ୍ଗାଲୁରୁରୁ ଅଭିଯୁକ୍ତକୁ ଦିଲ୍ଲୀ ପୁଲିସ ଧରିଛି। ଅଭିଯୁକ୍ତ ଜେରା ବେଳେ ଫୋନ୍ କରିଥିବା ସ୍ୱୀକାର କରିଛି। ଅବସାଦ ହେତୁ ଏଭଳି କଲ୍ କରିଥିବା ଅଭିଯୁକ୍ତ କହିଛି। ଫୋନ୍ କରିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। କ୍ଷମା ମାଗିବା ସହ ଭବିଷ୍ୟତରେ ଏଭଳି ନ କରିବାକୁ ଅଭିଯୁକ୍ତ କହିଛି।

ଏଣେ ସତ ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ବିରୋଧରେ କୌଣସି ଚାର୍ଜ ନ ଲଗାଇ ଛାଡ଼ି ଦେବାକୁ ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ ଅଫିସ ପକ୍ଷରୁ ଦିଲ୍ଲୀ ପୁଲିସକୁ କୁହାଯାଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button