ରାଜ୍ୟ

ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଚାହୁଁଛନ୍ତି କି? ଡିନର୍‌ରେ ପ୍ରସ୍ତୁତ କରନ୍ତୁ ଟମାଟୋ ରାଇସ୍‌

ଆପଣମାନେ ଚାଉଳରେ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରିଥାନ୍ତି। କିନ୍ତୁ କଣ ଆପଣ କେବେ ଟମାଟ ଭାତ ତିଆରି କରିଛନ୍ତି କି । ଯଦି ନା ତେବେ ଆଜି ଆମେ ଆପଣଙ୍କୁ ଏହି ଖାଦ୍ୟ ତିଆରି କରିବା ବିଷୟରେ କହିବୁ। ଏହି ସାଉଥ ଇଣ୍ଡିଆନ୍‌ ଡିସ୍‌କୁ କର୍ଣ୍ଣାଟକର ଲେକାମାନେ ବେଶୀ ପସନ୍ଦ କରିଥାନ୍ତି। କିନ୍ତୁ ଯଦି ଆପଣ ଏହି ଖାଦ୍ୟର ଟେଷ୍ଟ ଚାଖିବାକୁ ଚାହୁଁଛନ୍ତି ତେବେ ଘରେ ଥରେ ନିଶ୍ଚିନ୍ତ ପ୍ରସ୍ତୁତ କରନ୍ତୁ।

riceଆବଶ୍ୟକୀୟ ସାମଗ୍ରୀ:

୨କପ ଚାଉଳ

୪ଟି ଟମାଟ

୨ଟି ଲବଙ୍ଗ

୨ଟି ରସୁଣ କୋଲା

୧ଟି କଞ୍ଚାଲଙ୍କା

୧ଚାମଚ ଜୀରା

tomato-rice୧ଟି କଟା ଯାଇଥିବା ଗାଜର

୧/୪ ଛୋଟ ଚାମଚ ଲଙ୍କାଗୁଣ୍ଡ

୧ଚାମଚ ନଡ଼ିଆ

ଆବଶ୍ୟକ ଅନୁଯାୟୀ ତେଲ ଏବଂ ଲୁଣ

ପ୍ରସ୍ତୁତି ପ୍ରଣାଳୀ

tomato riceସର୍ବପ୍ରଥମେ ପ୍ରେସର କୁକରରେ ଚାଉଳ, ପାଣି ଏବଂ ଗାଜର ପକାଇ ୨ଟି ସିଟି ଦେଇ ବସାନ୍ତୁ। ଚାଉଳ ସିଝିଯିବା ପରେ ପାଣି ଛାଣି ଭାତକୁ ଅଲଗା କରିଦିଅନ୍ତୁ। ଏବେ ଗ୍ରାଇଣ୍ଡର ଜାର୍‌ରେ ଟମାଟ, ରସୁଣ, କଞ୍ଚାଲଙ୍କା, ଜିରା ଏବଂ ନଡ଼ିଆ ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଅଳ୍ପ ଆଞ୍ଚରେ ଏକ ପ୍ୟାନରେ ତେଲ ପକାଇ ଗରମ କରିବା ପରେ ଜୀରା ପକାନ୍ତୁ। ଏହାପରେ ମିଶ୍ରଣ ହୋଇଥିବା ପେଷ୍ଟକୁ ପକାଇ ୨ମିନିଟ୍‌ ପର୍ଯ୍ୟନ୍ତ ଭଲଭାବେ ଗୋଳାନ୍ତୁ। ଏହାପରେ ସେଥିରେ ଲଙ୍କାଗୁଣ୍ଡ ଏବଂ ଲୁଣ ପକାଇବା ପରେ ସେଥିରେ ଭାତକୁ ପକାଇ ୨ମିନିଟ୍‌ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ। ୨ମିନିଟ୍‌ ହୋଇଯିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇସାରିଥିବା ଟମାଟ ଭାତରେ ଆପଣ କଟା ଯାଇଥିବା ଟମାଟର ଛୋଟ ଛୋଟ ସ୍ଲାଇସ୍‌ ଏବଂ ଧନିଆପତ୍ର ପକାଇ ଭଲଭାବେ ସଜାଇ ଖାଇବା ପାଇଁ ବାଢନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button