IBN ଓଡ଼ିଶା ବ୍ୟୁରୋ

ହୋଲିରେ ନିଅନ୍ତୁ ଭାଙ୍ଗ ରାବିଡି ପଣାର ମଜା, ରଙ୍ଗ ଖେଳକୁ କରନ୍ତୁ ୟାଦଗାର

ଆଉ ଗୋଟିଏ ଦିନ ପରେ ହୋଲି ପର୍ବ। ଏହି ପର୍ବ ପାଇଁ ଘରେ ବିଭିନ୍ନ ପ୍ରକାର ପିଠା ପଣା କରାଯାଇଥାଏ। ହୋଲିରେ ଭାଙ୍ଗ ପଣାର ସ୍ୱାଦ ତ ଆପଣ ଚାଖିଥିବେ କିମ୍ବା ନିଶ୍ଚୟ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଭାଙ୍ଗ ରାବିଡି ବନାଇବା ରେସିପି ବିଷୟରେ ଜଣାଇବୁ। ଯାହାର ଜବରଦସ୍ତ ସ୍ୱାଦରେ ଆପଣ ହୋଲିର ଭରପୂର ଆନନ୍ଦ ଉଠାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୨ କପ୍‌ କ୍ଷୀର

-୨ କପ୍‌ ଫୁଲ କ୍ରୀମ କ୍ଷୀର

-୧ ବଡ ଚାମଚ ଗୋଲାପ ଜଳ

-୧/୪ କପ୍‌ ଭାଙ୍ଗ

-୧/୪ କପ୍‌ ଚିନି

-୩/୪ କପ୍‌ ପାଣି (ଆବଶ୍ୟକ ଅନୁଯାୟୀ)

-୧ ବଡ ଚାମଚ କାଜୁ

-୧ ବଡ ଚାମଚ କେସର

-୧ ବଡ ଚାମଚ ଖରବୁଜ ମଞ୍ଜି

-୧/୨ କପ୍‌ ଡାଲଚିନି ପାଉଡର

-୧/୨ ଚାମଚ ଜାଇଫଳ ପାଉଡର

-୧/୨ ଚାମଚ ଗୋଲାପ ପାଖୁଡା

-୧.୫ ଚାମଚ ପାନମଧୁରୀ ପାଉଡର

-୧.୫ ଚାମଚ ଅଳେଇଚ ପାଉଡର

-୧/୨ ଚାମଚ ପିସ୍ତା ମଞ୍ଜି

-୧୨ଟି ବାଦାମ

-୧୫ ପିସ୍ତା

-୩ ଟି ଗୋଲମରୀଚ

bhangପ୍ରସ୍ତୁତି ପ୍ରଣାଳୀ

-କୌଣସି ପାତ୍ରରେ କ୍ଷୀର ଫୁଟାନ୍ତୁ ଏବଂ ସେଥିରେ କେସର ଏବଂ ଭାଙ୍ଗ ପକାନ୍ତୁ।

-ଏଥିରେ ୧୫-୨୦ ମିନିଟ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ।

-ଗରମ କ୍ଷୀରରେ କେସର ଭିଜାଇବା ଦ୍ୱାରା କେସରର ରଙ୍ଗ ଏବଂ ସ୍ୱାଦ ବାହାରକୁ ବାହାରି ଆସିଥାଏ।

-ଏହାକୁ ଚାମଚରେ ହଲାନ୍ତୁ। ଦେଖିବେ କ୍ଷୀର ହଳଦିଆ ରଙ୍ଗର ହୋଇଯିବ। ଏହାକୁ ୨୦ ପ୍ରତିଶତ ହେବା ପର୍ଯ୍ୟନ୍ତ ଚଲାନ୍ତୁ।

-ସମସ୍ତ ବାଦାମ ଏବଂ ମସଲାକୁ ଗ୍ରାଇଣ୍ଡରରେ ପେଶି ଦିଅନ୍ତୁ ଏବଂ ଏହାକୁ ଅଲଗା ରଖନ୍ତୁ।

-ଏକ ଭାରୀ ପାତ୍ରରେ କ୍ଷୀରକୁ ଫୁଟାନ୍ତୁ।

-ଯେତେବେଳେ ଏହା ପୂରାପୁରି ଭାବରେ ଫୁଟିଯିବ ସେତେବେଳେ ଏଥିରେ ମାଓ୍ଵା ଏବଂ ମସଲା ପକାଇ ଫେଟନ୍ତୁ।

-ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଗାଢ଼ା ନ ହୋଇଛି।

-ଏବେ ଏଥିରେ ଚିନି ପକାଇ ଚାମଚରେ ଚଲାନ୍ତୁ।

-ଏବେ ଏହାକୁ ଭଲଭାବେ ଚଲାଇ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ।

-ଏହାକୁ ଥଣ୍ଡା ହେବା ପର୍ଯ୍ୟନ୍ତ ରଖନ୍ତୁ।

-ଥଣ୍ଡା ହେବା ପରେ ଏହି ଭାଙ୍ଗ ରାବିଡିର ମଜା ନିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button