ରାଜ୍ୟ

ହୋଲି ରଙ୍ଗ କିଣିବା ବେଳେ ଏହି ଦିଗ ପ୍ରତି ରଖନ୍ତୁ ବିଶେଷ ଧ୍ୟାନ, ଜାଣନ୍ତୁ କ’ଣ?

ରଙ୍ଗର ପର୍ବ ହୋଲିକୁ ଖାସ୍‌ କରିବା ପାଇଁ ଆପଣମାନେ ନିଶ୍ଚୟ ପ୍ରସ୍ତୁତି ଆରମ୍ଭ କରିସାରିବେଣି। ଏଥିରେ ସବୁଠାରୁ ଧ୍ୟାନ ରଖିବା ରଖିବା କଥା ହେଉଛି ରଙ୍ଗ, ଅର୍ଥାତ ନିଜେ ଏବଂ ନିଜ ସାଙ୍ଗର ସୁରକ୍ଷା ପାଇଁ ଧ୍ୟାନ ରଖିବା ପାଇଁ ଆପଣ କେମିକାଲ ଯୁକ୍ତ ରଙ୍ଗ ନୁହେଁ ବରଂ ହର୍ବାଲ କଲରର ବ୍ୟବହାର କରନ୍ତୁ। କିନ୍ତୁ ସବୁଠାରୁ ବଡ କଥା ହେଉଛି ପ୍ରାକୃତିକ ରଙ୍ଗକୁ ବାଛିବା ପାଇଁ କିଛି କଥା ଉପରେ ନିଶ୍ଚୟ ଧ୍ୟାନ ରଖନ୍ତୁ, ଯେପରି ଦୋକାନୀମାନେ ମଧ୍ୟ ଆମକୁ ଠକି ପାରିବେ ନାହିଁ।

holi-1ପ୍ୟାକେଟ୍‌ ରଙ୍ଗରୁ ଜଣା ପଡିଥାଏ କିଛି କଥା

ରଙ୍ଗ ପ୍ୟାକେଟ୍‌କୁ ଭଲଭାବେ ଚେକ୍‌ କରିବା ସହ ରଙ୍ଗ ତିଆରି କରିବା ପାଇଁ ଉପଯୋଗ କରାଯାଉଥିବା ସାମଗ୍ରୀକୁ ପଢନ୍ତୁ। ଏଥିରେ ଆପଣଙ୍କୁ ପ୍ରାକୃତିକ ଜିନିଷ ଯେଭଳରି ଗୋଲାପ, ହଳଦୀ ଆଦି ଲେଖାଥିବାର ଦେଖାଯିବ। ତେବେ ଆପଣ ଏହି ରଙ୍ଗ ବ୍ୟବହାର କରିପାରିବେ।

rangaକଲରକୁ ଧ୍ୟାନର ସହ ଦେଖନ୍ତୁ

ସାଧାରଣତଃ କେମିକାଲ ଯୁକ୍ତ ରଙ୍ଗରେ ସ୍ପାର୍କଲ ରହିଥାଏ, ଯେଉଁ କାରଣରୁ କେମିକାଲ ଯୁକ୍ତ ରଙ୍ଗ ପ୍ରତି ସାବଧାନ ରହିବା ଜରୁରୀ। ଏଥିପାଇଁ ଆପଣ ରଙ୍ଗକୁ ହାତକୁ ଆଣି ଦେଖନ୍ତୁ ସେଥିରେ ସ୍ପାର୍କଲ ଅଛି କି ନାହିଁ। ପ୍ରକୃତ ରଙ୍ଗ ହାତକୁ ହାଲକୁ ଲାଗିଥାଏ। ଡବା ବନ୍ଦ ଥିବା ରଙ୍ଗକୁ ମଧ୍ୟ ଟେଷ୍ଟର ଦୋକାନରେ ଉପଲବ୍ଧ ଥାଏ। ଏହି ବକ୍ସରେ ଥିବା ରଙ୍ଗକୁ ଦେଖିବା ପରେ ଆପଣ ନିଜେ ଫରକ୍‌ ଜାଣିପାରିବେ।

safe holiସେଲ୍ଫ ଲାଇଫ୍‌

ଆପଣଙ୍କୁ ଧ୍ୟାନ ଦେବା ଉଚିତ ପ୍ୟାକେଟ୍‌ରେ କେଉଁ ରଙ୍‌ଗରେ ବେଷ୍ଟ ବିଫୋର ଡେଟ୍‌ ଲେଖା ରହିଛି। ସାଧାରଣତଃ ପ୍ରାକୃତିକ ରଙ୍ଗରେ ପ୍ରାକୃତିକ ଜିନିଷର ବ୍ୟବହାର କରାଯାଇଥାଏ ।ଏହି କାରଣରୁ ଏହାକୁ ୬ ରୁ ୭ ମାସ ବ୍ୟବହାର କରିପାରିବେ ଏବଂ କେମିକାଲଯୁକ୍ତ ରଙ୍ଗ ୨ ରୁ ୩ ମାସ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।

holi-picଲ୍ୟାବ ଟେଷ୍ଟ ସାର୍ଟିଫିକେଟ୍‌

ପ୍ରାୟତଃ ଆପଣମାନେ ଜାଣିନଥିବେ ଅର୍ଗାନିକ କଲର୍ସ ତିଆରି କରୁଥିବା ନିର୍ମାତା ରଙ୍ଗକୁ ନେଇ କରିଥିବା ଟେଷ୍ଟର ଲ୍ୟାବ ଟେଷ୍ଟ ସାର୍ଟିଫିକେଟ୍‌ ନମ୍ବରକୁ ପ୍ୟାକେଟ୍‌ ଉପରେ ଦର୍ଶାଇଥାନ୍ତି। ଆପଣ ଚାହିଁଲେ ମଧ୍ୟ ବିକ୍ରି କରୁଥିବା କର୍ମଚାରୀଙ୍କ ଦ୍ୱାରା ଏହି ନମ୍ବରକୁ ପାଇପାରିବେ ଏବଂ ଏହା ବିଷୟରେ ଅଧିକ ସୂଚନା ନେଇ ପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button