IBN ଓଡ଼ିଶା ଏକ୍ସକ୍ଲୁସିଭ୍

ରାତାରାତି ଗାଏବ ହୋଇଯିବ ଜିଦି ବ୍ଲାକହେଡ୍ସ, ଆପଣାନ୍ତୁ ଏହି ଉପାୟ

ସୁନ୍ଦର ଦେଖାଯିବା ପ୍ରତ୍ୟେକ ଯୁବତୀଙ୍କ ମନରେ ରହିଥାଏ। ଏଥିପାଇଁ ଯୂବତୀମାନେ ନିଜର ତ୍ୱଚାର ଧ୍ୟାନ ଅଧିକ ନେଇଥାନ୍ତି। କିନ୍ତୁ ପ୍ରଦୂଷଣ ଯୋଗୁଁ ତ୍ୱଚାରେ ବ୍ଲାକହେଡ୍ସ ସମସ୍ୟା ଦେଖାଦେଇଥାଏ। ଯାହା ଚେହୋରାର ସୁନ୍ଦରତାକୁ ଖରାପ କରିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କେତେକ ଉପାୟ ବତାଇବୁ, ଯାହାକୁ ବ୍ୟବହାର କରି ଆପଣ ରାତାରାତି ବ୍ଲାକହେଡସ୍‌ ଦୂର କରିପାରିବେ। ଆସନ୍ତୁ ଜାଣିବା…

lemon

– ନାକରେ ଯେଉଁ ଜାଗାରେ ବ୍ଲାକହେଡ୍ସ ହୋଇଛି, ସେହି ସ୍ଥାନରେ ଲେମ୍ବୁ ରସକୁ ଭଲଭାବେ ମସାଜ କରନ୍ତୁ। ତା’ ପରେ ସେହିସ୍ଥାନରେ ଅଳ୍ପ ଲୁଣ ଲଗାଇ ହାଲକା ଭାବେ ଗୋଲ ଗୋଲକରି ମସାଜ କରନ୍ତୁ। ୧୦ ମିନିଟ୍‌ ପରେ ଗରମ ପାଣିରେ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା ସମସ୍ୟାରୁ ମୁକ୍ତି ପାଇବେ।

– ଏକ ଜାଗାରେ କିଛି ଚାମଚ ଚିନି ଏବଂ ଲୁଣ ମିଶାଇ ଦିଅନ୍ତୁ। ଏବେ ଏହାକୁ ହାତରେ ନେଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ନାକରେ ମସାଜ କରନ୍ତୁ। ଏହାଶୁଖିଗଲେ ଓଦା କଟନ ସାହାଯ୍ୟରେ ପୋଛିଦିଅନ୍ତି।

besan

– ଏକ ଜାଗାରେ ଏକ ଚାମଚ ବେସନ, ଦୁଇ ଚାମଚ କ୍ଷୀର ଏବଂ ଏକ ଚାମଚ ଲୁଣ ନେଇ ମିଶାଇ ଦିଅନ୍ତୁ। ଏହାର ଏକ ପେଷ୍ଟ ତିଆରି କରି ନାକରେ ହୋଇଥିବା ବ୍ଲାକହେଡସରେ ଲଗାନ୍ତୁ। ୧୫ ମିନିଟ୍‌ ରଖିବା ପରେ ଏହି ପେଷ୍ଟକୁ ନାକରେ ରଗଡି ସଫା କରନ୍ତୁ। ଏହାକୁ ଲଗାଇବା ଦ୍ୱାରା ବ୍ଲାକହେଡ୍ସ ସଫା ହେବା ସହିତ ଚେହେରା ମଧ୍ୟ ଗ୍ଲୋ କରିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button