ମନୋରଞ୍ଜନ

ହାଇଦ୍ରାବାଦ ଟେଷ୍ଟ ଦେବ ‘ମଟନ କିମା ବିରିୟାନୀ’, ଘରେ ନିଶ୍ଚୟ ବନାଇ ଖାଆନ୍ତୁ

ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ବିରିୟାନୀକୁ କୌଣସି ବିଶେଷ ଅବସରରେ ତିଆରି କରାଯାଏ। କିନ୍ତୁ ଆପଣ ଚାହିଁଲେ ଏହାକୁ ଘରେ ସହଜରେ ବି ପ୍ରସ୍ତୁତ କରିପାରିବେ। ଆଗକୁ ରବିବାର ବା ସନଡେ ଆସୁଛି ଆପଣ ନିହାତି ଛୁଟିରେ ରହିବେ ଆଉ ଏହି ଦିନରେ ଘରେ ବନାନ୍ତୁ କିଛି ସ୍ପେଶାଲ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘କିମା ବିରିୟାନୀ’, ଯାହା ଆପଣଙ୍କୁ ହାଇଦ୍ରାବାଦୀ ଟେଷ୍ଟ ଦେବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ଅଧା କିଲୋ ମଟନ କିମା

-୭୫୦ ଗ୍ରାମ ରାଇସ୍‌

-୨୫୦ ଗ୍ରାମ ଟମାଟୋ

-୨୦୦ ଗ୍ରାମ ପିଆଜ (ଛୋଟ କଟା ହୋଇଥିବା)

-୩ ଲେମ୍ବୁ ରସ

-୬ କଞ୍ଚା ଲଙ୍କା ଛୋଟ କଟା ହୋଇଥିବା

-୨ ଟେବୁଲ ଚାମଚ ଲାଲ ଲଙ୍କା ପାଉଡର

-୧ ବଡ ଚାମଚ ଅଦା-ରସୁଣ ପେଷ୍ଟ

-ଧନିଆ ପାଉଡର

-ହଳଦି ପାଉଡର

-ଅଧା କପ୍‌ ତେଲ

-୨ ଇଞ୍ଚରଦୁଇଟି ଡାଲଚିନି ଖଣ୍ଡ

-୬ଟି ଛୋଟ ଅଳେଇଚ ଏବଂ ଲବଙ୍ଗ

-୫ଟି ଗୋଳମରୀଚ

-୨ଟି ତେଜପତ୍ର

-୫ ଟେବୁଲ ଚାମଚ ଧନିଆ ପତ୍ର ଏବଂ ପୋଦିନା ପତ୍ର

-ଲୁଣ ସ୍ୱାଦାନୁସାରେ

biriyaniପ୍ରସ୍ତୁତି ପ୍ରଣାଳୀ

-ପ୍ୟାନରେ ତେଲ ଗରମ କରନ୍ତୁ। ଏଥିରେ ୨ଟି ଅଳେଇଚ ଏବଂ ଲବଙ୍ଗ, ଗୋଟେ ଖଣ୍ଡ ଡାଲଚିନି ପକାଇ ଭାଜନ୍ତୁ। ବଳକା ଅଳେଇଚ ଏବଂ ଲବଙ୍ଗକୁ କୁଟି କୁଟି ପାଉଡର ବନାଇ ଦିଅନ୍ତୁ।

-ଏହାପରେ କଟା ପିଆଜ ପକାଇ ତେଲରେ ଭାଜନ୍ତୁ ଏବଂ ଅଳ୍ପ ପିଆଜକୁ ସଜାଇବା ପାଇଁ ରଖନ୍ତୁ।

-କିମା ଏବଂ ଟମାଟୋ ମିଶାଇ ତେଲ ଛାଡିବା ପଯ୍ୟର୍ନ୍ତ ଭାଜନ୍ତୁ।

-ଧନିଆ ପାଉଡର, ୩ ଟେବୁଲ ଚାମଚ ଧନିଆ ପତ୍ର ଏବଂ ପୋଦିନା ପତ୍ର ପକାଇ ଆଞ୍ଚରୁ ବାହାର କରିଦିଅନ୍ତୁ।

-ଏହାପରେ ରାଇସ୍‌ ବନାଇବା ପାଇଁ ପ୍ୟାନରେ ପାଣି ଗରମ କରନ୍ତୁ। ଏଥିରେ ଲୁଣ, ଗୋଲ ମରୀଚ, ତେଜପତ୍ର ଏବଂ ରାଇସ୍‌ ପକାଇ ଫୁଟାନ୍ତୁ। ଏହାପରେ ଏକ୍ସଟ୍ରା ପାଣିକୁ ବାହାର କରିଦିଅନ୍ତୁ।

-ବିରିୟାନୀ ପାଇଁ ପ୍ୟାନରେ ଅଧା ରାଇସ୍‌ ନେଇ ରଖନ୍ତୁ। କିମା ବନାଇବା ପାଇଁ ବଳକା ରାଇସ୍‌, ଭଗା ପିଆଜ, ବଳକା ଧନିଆ ପତ୍ର, ପୋଦିନା ପତ୍ର ଏବଂ ଲେମ୍ବୁ ରସ ପକାଇ ୫-୭ ମିନିଟ୍‌ ପଯ୍ୟର୍ନ୍ତ ଧୀମା ଆଞ୍ଚରେ ରାନ୍ଧନ୍ତୁ।

-ଏହାପରେ ତଳକୁ ଉହ୍ଲାଇ ଦିଅନ୍ତୁ। ଏବେ ଆପଣଙ୍କର ‘କିମା ବିରିୟାନୀ’ ପ୍ରସ୍ତୁତ ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button