ରାଜ୍ୟ

ଚନ୍ଦ୍ର ପୂଜାର ଏହି ଉପାୟ ଦୂର କରିବ ଆର୍ଥିକ ସଂକଟ, ହୋଲି ଦିନ ନିଶ୍ଚୟ କରନ୍ତୁ ଏହି ପୂଜା

୨ ମାର୍ଚ୍ଚ ଠାରୁ ଆରମ୍ଭ ହୋଇଯାଇଛି ହୋଲାଷ୍ଟକ ଯାହାକୁ ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଧରାଯାଇଛି। ଏହା ଶେଷ ହେପା ପରେ ହୋଲିର ପାବନ ପର୍ବକୁ ପାଳନ କରାଯାଏ। ଏମିତିରେ ଆଜି ଆମେ ଆପଣଙ୍କୁ ଜଣାଇବୁ ହୋଲି ଦିନ କରାଯାଉଥିବା ଚାନ୍ଦ ପୂଜା, ଯାହାକୁ ବହୁତ ଭଲ ବୋଲି ଧରାଯାଇଛି। ଏହି ଉପାୟ ଆପଣଙ୍କ ଧନ ସହିତ ଜଡିତ ସବୁ ଚିନ୍ତାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

prayer holiହୋଲି ଦିନ ରାତିରେ ଚନ୍ଦ୍ରୋଦୟ ହେବା ପରେ ନିଜ ଘରର ଛାତ ଉପରେ କିମ୍ବା ଖାଲି ସ୍ଥାନରେ ଯେଉଁଠି ଚନ୍ଦ୍ର ଦେଖାଯାଉଥିବେ ସେଠାରେ ଛିଡା ହୁଅନ୍ତୁ। ଏହାପରେ ଚନ୍ଦ୍ରଙ୍କୁ ସ୍ମରଣ କରନ୍ତୁ ଏହାପରେ ରୂପା ପ୍ଲେଟରେ କିଛି ଲହୁଣି ରଖି ଶୁଦ୍ଧ ଘିଅରେ ଦୀପ ସହିତ ଧୂପ ଏବଂ ଅଗରବତୀ ଅର୍ପଣ କରନ୍ତୁ।

holiଏବେ କ୍ଷୀରରେ ଅର୍ଘ୍ୟ ପ୍ରଦାନ କରନ୍ତୁ। ଅର୍ଘ୍ୟ ପରେ କୌଣସି ଧଳା ପ୍ରସାଦ ତଥା କେସର ମିଶ୍ରିତ ସାବୁଦାନାର କ୍ଷୀରି ଅର୍ପଣ କରନ୍ତୁ। ଚନ୍ଦ୍ରଙ୍କୁ ପୂଜା କରି ଘରୁ ଆର୍ଥିକ ସଂକଟ ଦୂର ହୋଇ ସମ୍ରୁଦ୍ଧି ଆଣିବା ପାଇଁ ନିବେଦନ କରନ୍ତୁ। ପରେ ପ୍ରସାଦ ଏବଂ ଲହୁଣୀକୁ ପିଲାଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ। ଏହାପରେ ଲଗାତର ଆସୁଥିବା ପ୍ରତ୍ୟେକ ପୂର୍ଣ୍ଣିମାର ରାତିରେ ଚନ୍ଦ୍ରଙ୍କୁ କ୍ଷୀରରେ ଅର୍ଘ୍ୟ ଅବଶ୍ୟ କରାନ୍ତୁ। କିଛି ଦିନରେ ଆପଣ ଫରକ ଅନୁଭବ କରିବେ। ଦେଖିବେ ଆପଣଙ୍କର ଆର୍ଥିକ ସଂକଟ କମିବା ସହିତ ସମୃଦ୍ଧି ନିରନ୍ତର ବୃଦ୍ଧି ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button