ରାଜ୍ୟ

ସୋସିଆଲ୍ ମିଡିଆ ଉତ୍ତେଜନା: ଭଦ୍ରକ ଜିଲ୍ଲାରେ ୪୮ ଘଣ୍ଟିଆ ଇଣ୍ଟରନେଟ୍ ସେବା ବନ୍ଦ

ଦ୍ରକ: ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଭଦ୍ରକ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ଫେରାଇବା ଲକ୍ଷ୍ୟରେ ସୋସିଆଲ୍‌ ମିଡିଆ ମନା l ସେପ୍ଟେମ୍ବର ୩୦ ରାତି ୨ଟା ପର୍ଯ୍ୟନ୍ତ ଲାଗୁ ହେଲା କଟକଣା l ହ୍ବାଟ୍ସଆପ୍‌, ଫେସବୁକ୍‌, ଏକ୍ସ, ଇନଷ୍ଟାଗ୍ରାମ୍‌, ସ୍ନାପଚାଟ୍‌ ଆଦି ବିଭିନ୍ନ ସୋସିଆଲ ମିଡ଼ିଆ ଆପ ଚଲେଇବା ଉପରେ କଟକଣା ଲଗେଇଛି ପ୍ରଶାସନ l କେବଳ ସେତିକି ନୁହେଁ ଇଣ୍ଟରନେଟ୍‌ ଜରିଆରେ ଚାଲୁଥିବା ସବୁ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିଛି କଟକଣା l

ସୂଚନାଯୋଗ୍ୟ ଯେ, ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଭଦ୍ରକ ଧାମନଗରରେ ତୁମୁଳକାଣ୍ଡ ହେବା ପରେ ଅଂଚଳରେ ୧୬୩ ଧାରା ଜାରି କରିଛି ପ୍ରଶାସନ l ଧାମନଗର ଏନଏସି, ଦୋବଲ ଓ ସଂଲଗ୍ନ ଅଞ୍ଚଳରେ ୧୬୩ ଧାରା ଜାରି କରାଯାଇଛି । ଧାମନଗର ଏନଏସି ଓ ଦୋବଲରେ ୧୬୩ ସହ ୪ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।

ତେବେ କହିରଖୁଛୁ ଯେ, ତିହିଡ଼ି ଅଞ୍ଚଳର ଜଣେ ଯୁବକ ଫେସବୁକରେ ଏକ ପୋଷ୍ଟ କରିଥିଲେ। ସେହି ପୋଷ୍ଟକୁ ନେଇ ବିବାଦ ଉପୁଜିବାରୁ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ଭଦ୍ରକ ସହରରେ ରାଲି କରି ରାସ୍ତା ଅବରୋଧ କରୁଥିଲେ। ଏହାକୁ ବାରଣ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲା ପୋଲିସ। ଆକ୍ରମଣରେ ୨ ବରିଷ୍ଠ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଏହାପରେ ଉକ୍ତ ଅଂଚଳରେ ଉତ୍ତେଜନା ଲାଗି ରହିଛି l

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button