ରାଜ୍ୟ

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀଙ୍କୁ ଜେଲ୍‌ – Ibnodisha

[ad_1]

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଜଟଣୀର ବଡ଼ନୂଆଗାଁ ସ୍ଥିତ ୟୁଜିୟୁପି ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀଙ୍କୁ ୩ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ହୋଇଛି। ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି।୨୦୧୩ ମସିହାରେ ଲାଞ୍ଚ ନେଇ ଧରାପଡ଼ିଥିଲେ ବାସନ୍ତୀ ଦେବୀ। ତାଙ୍କ ନାଁରେ ସେତେବେଳେ ଭିଜିଲାନ୍ସ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଥିବା ବେଳେ ୧୦ ବର୍ଷ ପରେ ଉଭୟ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ ଦଣ୍ଡ ପାଇଛନ୍ତି।ଗୋଟିଏ ମାମଲାରେ କୋର୍ଟ ତାଙ୍କୁ ୩ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିବା ବେଳେ ୫୦୦୦ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅର୍ଥ ପଇଠ ନକଲେ ସେ ଅଧିକ ୩ ମାସ ଜେଲ୍ ଦଣ୍ଡ ଭୋଗିବେ ବୋଲି କୋର୍ଟ କହିଛନ୍ତି।ସେହିପରି ଆଉ ଗୋଟିଏ ମାମଲାରେ କୋର୍ଟ ବାସନ୍ତୀ ଦେବୀଙ୍କୁ ୨ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଦେବା ସହିତ ୫୦୦୦ ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ଜୋରିମାନା ଅର୍ଥ ନଦେଲେ ତାଙ୍କୁ ଆଉ ୩ ମାସ ଜେଲ୍‌ରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଦଣ୍ଡାଦେଶକୁ ଏକ ସମୟରେ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।କୋର୍ଟ ବାସନ୍ତୀ ଦେବୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ପେନ୍‌ସନ୍ ବନ୍ଦ କରିବା ପାଇଁ ଆବେଦନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଭିଜିଲାନ୍ସ।ସ୍କୁଲକୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଯୋଗାଇଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ବିଲ୍‌ ପ୍ରସ୍ତୁତ କରି ତାକୁ ବ୍ଲକ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବା ପାଇଁ ବାସନ୍ତୀ ଦେବୀ ଲାଞ୍ଚ ମାଗିଥିଲେ। ଆଉ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button