ଦେଶ

ବଜାରରେ ବିକ୍ରି ହେଉଛି ନକଲି କ୍ୟାନସର ଓ ଲିଭର ଔଷଧ – Ibnodisha

[ad_1]

ବ୍ୟୁରୋ : ରୋଗକୁ ଭଲ କରିବା ପାଇଁ ସମସ୍ତେ ଔଷଧର ବ୍ୟବହାର କରିଥାନ୍ତି। ଯେ କୌଣସି ରୋଗ ହେଲେ ମଧ୍ୟ ଔଷଧ ଦ୍ୱାରା ସୁସ୍ଥ ହୋଇପାରନ୍ତି ।ବର୍ତ୍ତମାନ ସମୟରେ ଔଷଧର ବ୍ୟବହାର ବଢିଚାଲିଛି । କିନ୍ତୁ ଯଦି ଔଷଧ ନକଲି ଆସିବ ତେବେ ଲୋକେ ବଞ୍ଚିବେ କିପରି । ବଜାରରେ ବିକ୍ରି ହେଉଛି ନକଲି କ୍ୟାନସର ଓ ଲିଭର ଔଷଧ । ଲୋକେ ବଞ୍ଚିବା ପାଇଁ ଔଷଧ କିଣୁଛନ୍ତି କିନ୍ତୁ ସେହି ଔଷଧ ଖାଇ ମୃତ୍ୟୁମୁଖକୁ ଯାଉଛନ୍ତି । ଟଙ୍କା ଦେଇ ମୃତ୍ୟୁକୁ କିଣୁଛନ୍ତି ସାଧାରଣ ଲୋକେ । ଲିଭର ରୋଗ ପାଇଁ ବ୍ୟବହାର ହେଉଥିବା ଔଷଧ ଡିଫିଟେଲିୟୋ ଏବଂ କ୍ୟାନସର ଚିକିତ୍ସାରେ ବ୍ୟବହୃତ ଇଞ୍ଜେକସନ ଆଡସେଟ୍ରିସର ନକଲି ସାମଗ୍ରୀ ଭାରତରେ ବିକ୍ରି ହେଉଥିବା ସହ ୮ଟି ଭିନ୍ନ ଭିନ୍ନ ଭର୍ସନର ନକଲି ଔଷଧ ମଧ୍ୟ ବିକ୍ରି କରାଯାଉଛି । ଏଭଳି ନକଲି ଔଷଧ ଉପରେ କଡା ନଜର ରଖିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ପରାମର୍ଶ ଦିଆଯାଇଛି ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନକଲି ଔଷଧକୁ ନେଇ କିଛି ଦିନ ତଳେ ଆଲର୍ଟ ଜାରି କରିଥିଲା ।ଯାହାକୁ ନେଇ ଦିସିଜିଆଇ ଗତ ୫ ତାରିଖରେ କହିଥିଲେ କି ଭାରତ ସମେତ ୪ ଟି ଦେଶରେ  ଆଡସେଟ୍ରିସ ଇଞ୍ଜେକସନର ୫୦ ମିଲିଗ୍ରାମର ଏକାଧିକ ନକଲି ଭର୍ସନ ବିକ୍ରି କରାଯାଉଛି । ଯାହାକୁ ଟେକେଡ଼ା ଫାର୍ମାସ୍ୟୁଟିକାଲ କମ୍ପାନି ଲିମିଟେଡ ପ୍ରସ୍ତୁତ କରିଛି ।ଏହି ଔଷଧ ରୋଗୀମାନଙ୍କୁ ଘରୋଇ ଘରୋଇ ଭାବେ ପ୍ରଦାନ କରାଯାଉଛି । ବିଶେଷ କରି ଅନଲାଇନ ମାଧ୍ୟମରେ ଏହାର ବହୁଳ  ଯୋଗାଣ କରାଯାଉଛି । ଦିସିଜିଆଇ ଏ ସଂକ୍ରାନ୍ତରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲରଙ୍କର ନିକଟକୁ ଚିଠି ଲେଖିଛନ୍ତି । ଏହି ନକଲି ଭର୍ସନ ଔଷଧ ବ୍ୟବହାର ଫଳରେ ରୋଗୀଙ୍କର ରୋଗ ଭଲ ହେବା ବଦଳରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । କେତେକ ସ୍ଥିତିରେ ଏଭଳି ନକଲି ଔଷଧ ବ୍ୟବହାର ଫଳରେ ରୋଗୀଙ୍କର ମୃତ୍ୟୁ ଘଟିବାର ସମ୍ଭାବନା ରହିଛି । ଲୋକମାନେ ବଞ୍ଚିବା ପାଇଁ ଔଷଧ କିଣୁଛନ୍ତି ସତ କିନ୍ତୁ ସେ ଔଷଧ ଏବେ ସେମାନଙ୍କ ଜୀବନ ମଧ୍ୟ ନେଇପାରେ ।ଏହି ନକଲି ଔଷଧ ସମାରକରେ ସୂଚନା ମିଳିବା ପରେ ଦିସିଜିଆଇ ଡାକ୍ତରମାନଙ୍କୁ ଔଷଧ ଲେଖିବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଏବଂ ଏଭଳି ନକଲି ଔଷଧ ସମ୍ପର୍କରେ ରୋଗୀମାନଙ୍କୁ ସଚେତନ କରାଇବାକୁ ମଧ୍ୟ କୁହାଯାଇଛି । ଯାହାଦ୍ୱାରା ଏଭଳି ନକଲି ଔଷଧ ସେବନ କରୁଥିବା ଲୋକଙ୍କ ଯଦି କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ ତେବେ ସେ ତୁରନ୍ତ ଡାକ୍ତରଖାନାକୁ ଆସି ଚିକିତ୍ସା କରାଇବେ ।ଏଭଳି ନକଲି ଔଷଧ ପ୍ରସ୍ତୁତି,ଗଚ୍ଛିତ ଓ ବିକ୍ରି ଉପରେ ନଜର ରଖିବା ସହ ବଜାରରେ ଉପଲବ୍ଧ ଔଷଧର ନମୁନା ସଂଗ୍ରହ କରି ତାକୁ ପରୀକ୍ଷା କରିବା ଲାଗି ଦିସିଜିଆଇ ସବୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button