ଖେଳ

ପ୍ରଥମ ମହିଳା ଦିନିକିଆ: ଲିଚ୍‌ଫିଲ୍ଡ ଓ ପେରୀଙ୍କ ବିସ୍ଫୋରକ ବ୍ୟାଟିଂ; ଅଷ୍ଟ୍ରେଲିଆ ୬ ୱିକେଟ୍‌ରେ ବିଜୟୀ – Ibnodisha

[ad_1]

ମୁମ୍ବାଇ: ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଗୁରୁବାର ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆର ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଟିମ୍ ବିପକ୍ଷରେ ଅଷ୍ଟ୍ରେଲିଆ ମହିଳା ଟିମ୍ ୬ ୱିକେଟ୍‌ରେ ବିଜୟୀ ହୋଇଛି । ପ୍ରଥମେ ଟିମ୍ ଇଣ୍ଡିଆ ଜେମିମା ରଡ୍ରିଗ୍ସ (୮୨) ଏବଂ ପୂଜା ବସ୍ତ୍ରାକାର (୬୨³) ଅର୍ଦ୍ଧଶତକ ବଳରେ ୮ ୱିକେଟ୍ ହରାଇ ୨୮୨ ରନ୍‌ର ବିଶାଳ ସ୍କୋର୍ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ମହିଳା ଟିମ୍ ଫୋଏବି ଲିଚ୍‌ଫିଲ୍ଡ (୭୮) ଏବଂ ଏଲିସ୍ ପେରୀ (୭୫)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୪୬.୩ ଓଭର୍‌ରେ ୪ ୱିକେଟ୍ ବିନିମୟରେ ୨୮୫ ରନ୍ କରି ବିଜୟୀ ହୋଇଛି ।

ଏହି ବିଜୟ ଫଳରେ ଅଷ୍ଟ୍ରେଲିଆ ସିରିଜ୍‌ରେ ୧-୦ର ଅଗ୍ରଣୀ ଲାଭ କରିଛି । ଏହା ଘରୋଇ ମାଟିରେ ଟିମ୍ ଇଣ୍ଡିଆର ଲଗାତାର ଷଷ୍ଠ ଏବଂ ଅଷ୍ଟମ ଦିନିକିଆ ପରାଜୟ । ଟସ୍ ଜିତି ବ୍ୟାଟିଂ ନେଇଥିବା ଭାରତ ୧୨ ରନ୍‌ର ସ୍କୋର୍ ବେଳେ ଓପ୍ନର୍ ଶେଫାଳୀ ବର୍ମା (୧)ଙ୍କୁ ହରାଇଥିଲା । ତେବେ ଜେମିମା ରଡ୍ରିଗ୍ସ (୮୨) ଓ ପୂଜା ବସ୍ତ୍ରାକାର (୬୨³) ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ସ୍କୋର୍ କରିବାକୁ ସଫଳତ ହୋଇଥିଲା । ଏହି ଦୁହିଁଙ୍କ ବ୍ୟତୀତ ୟାସ୍ତିକା ଭାଟିଆ ୪୯ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଗାର୍ଡନର୍ ଓ ୱେୟରହମ୍‌ଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା ।

୨୮୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ପ୍ରଥମ ଓଭର୍‌ରେ ହିଁ କ୍ୟାପ୍‌ଟେନ୍ ଆଲିସା ହିଲି (୦)ଙ୍କୁ ହରାଇଥିଲା । ତେବେ ଅନ୍ୟତମ ଓପ୍ନର୍ ଲିଚ୍‌ଫିଲ୍ଡ (୭୫) ଓ ଏଲିସ୍ ପେରୀ (୭୨) ବିସ୍ଫୋରକ ବ୍ୟାଟିଂ କରି ଦ୍ୱିତୀୟ ୱିକେଟ୍ ପାଇଁ ୧୪୮ ରନ୍ ଯୋଡ଼ି ଟିମ୍‌ର ଦୃଢ଼ ମୂଳଦୁଆ ସ୍ଥାପନ କରିଥିଲେ । ଏ ଦୁହିଁଙ୍କ ବ୍ୟତୀତ ବେଥ୍ ମୁନି ୪୨ ରନ୍‌ର ଉପଯୋଗୀ ଇନିଂସ୍ ଖେଳିଥିଲେ । ଶେଷକୁ ତାହଲିଆ ମ୍ୟାକ୍‌ଗ୍ରାଥ୍ (୬୮) ଓ ଆସ୍‌ଲେ ଗାର୍ଡନ (୭) ଆଉ କୌଣସି ୱିକେଟ୍ ପତନ ହେବାକୁ ନଦେଇ ଟିମ୍‌କୁ ୬ ୱିକେଟ୍‌ରେ ବିଜୟୀ କରାଇଥିଲେ । ଦୁଇ ଟିମ୍ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ୩୦ ତାରିଖରେ ଖେଳାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button