ମହିଳା ସିଙ୍ଗଲ୍ସରେ ଶ୍ରୀଜା ଭାରତର ନମ୍ବର-୧ – Ibnodisha

[ad_1]
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ମିକ୍ସଡ୍ ଡବଲ୍ସ ଚାମ୍ପିଅନ୍ ଶ୍ରୀଜା ଆକୁଲା ମଙ୍ଗଳବାର ଭାରତର ଶୀର୍ଷ ର୍ୟାଙ୍କର ଭାରତୀୟ ମହିଳା ଟେବଲ୍ ଟେନିସ୍ ଖେଳାଳି ହୋଇଛି । ଆଇଟିଟିଏଫ୍ ପକ୍ଷରୁ ସଦ୍ୟ ପ୍ରକାଶିତ ବିଶ୍ୱ ର୍ୟାଙ୍କିଙ୍ଗ୍ରେ ଶ୍ରୀଜା କ୍ୟାରିୟର୍ ସର୍ବଶ୍ରେଷ୍ଠ ୩୮ତମ ସ୍ଥାନକୁ ଉଠିବା ସହିତ ମନିକା ବତ୍ରାଙ୍କୁ ପଛରେ ପକାଇଛନ୍ତି । ଶ୍ରୀଜା ଦୁଇଟି ସ୍ଥାନ ଉପରକୁ ଉଠିଥିବା ବେଳେ ପୂର୍ବରୁ ଭାରତର ଏକ ନମ୍ବର ଟେବଲ୍ ଟେନିସ୍ ଖେଳାଳି ଥିବା ମନିକା ଦୁଇଟି ସ୍ଥାନ ତଳକୁ ଖସି ୩୯ ନମ୍ବରରେ ପହଞ୍ଚିଛନ୍ତି । ଚଳିତ ବର୍ଷ ୨୫ ବର୍ଷୀୟା ଶ୍ରୀଜା ଚମତ୍କାର ପ୍ରଦର୍ଶନ କରି ଜାନୁଆରୀ ଓ ମାର୍ଚ୍ଚରେ ଯଥାକ୍ରମେ ଡବ୍ଲ୍ୟୁଟିଟି ଫିଡର୍ କରପସ୍ କ୍ରିଷ୍ଟି ଏବଂ ଡବ୍ଲ୍ୟୁଟିଟି ଫିଡର୍ ବେରୁଟ୍ ଟାଇଟଲ୍ ଜିତିଥିଲେ । ଏହା ବ୍ୟତୀତ ଗୋଆରେ ଅନୁଷ୍ଠିତ ଡବ୍ଲ୍ୟୁଟିଟି ଷ୍ଟାର୍ କଣ୍ଟେଣ୍ଡର୍ର କ୍ୱାର୍ଟର୍ଫାଇନାଲ୍ରେ ପହଞ୍ଚିଥିଲେ । ଭେଟେରାନ୍ ଶରତ କମଳଙ୍କ ସହ ଶ୍ରୀଜା ୨୦୨୨ ରାଜ୍ୟଗୋଷ୍ଠୀ ମିକ୍ସଡ୍ ଡବଲ୍ସ ଟାଇଟଲ୍ ଜିତିଥିଲେ । ୟଶସ୍ୱିନୀ ଘୋରପାଡ଼େ ଓ ଅର୍ଚ୍ଚନା କାମତ ର୍ୟାଙ୍କିଙ୍ଗ୍ରେ ଯଥାକ୍ରମେ ୯୯ତମ ଓ ଶହେତମ ସ୍ଥାନରେ ରହିଛନ୍ତି ।
ପୁରୁଷ ବିଭଗରେ ଶରତ କମଳ ୩୭ତମ ସ୍ଥାନରେ ଭାରତର ଶୀର୍ଷସ୍ଥାନୀୟ ଖେଳାଳି ଭାବେ କାଏମ ରହିଛନ୍ତି । ଅନ୍ୟପକ୍ଷରେ ଜି ସାଥିୟାନ ଓ ମାନବ ଠକର୍ ପରସ୍ପର ମଧ୍ୟରେ ସ୍ଥାନ ପରିବର୍ତ୍ତନ କରି ୬୦ ଓ ୬୧ ନମ୍ବରରେ ଅଛନ୍ତି । ଦୁଇମାସ ତଳେ ଦେଶର ଶୀର୍ଷସ୍ଥାନୀୟ ଖେଳାଳି ଥିôବା ଜାତୀୟ ଚାମ୍ପିଅନ୍ ହରମିତ ଦେସାଇ ୬୪ତମ ସ୍ଥାନକୁ ଖସିଯାଇଛନ୍ତି ।
[ad_2]