ଦେଶ

ଶସ୍ତା ହେବ ସୁନା: ଗ୍ରାହକ ଆଶ୍ୱସ୍ତ – Ibnodisha

[ad_1]

ନୂଆଦିଲ୍ଲୀ: ଲୋକଙ୍କ ପାଇଁ ଖୁସି ଖବର । ସୁନା ଅଳଙ୍କାରର ମୂଲ୍ୟ ହ୍ରାସ ହେବାକୁ ଯାଉଛି । ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଆଗାମୀ ଦିନରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ବିପୁଳ ପରିମାଣର ସୁନା ଆମଦାନୀ କରିବାକୁ ଅନୁମତି ଦେଇଛନ୍ତି । ମୁକ୍ତ ବାଣିଜ୍ୟ ଅନୁଯାଇ ସୁନା ୟୁଏଇରୁ ରିହାତି ମୂଲ୍ୟରେ ଆମଦାନୀ ହେବ । ଏତଦ୍‌ବ୍ୟତୀତ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ସୁନା ଆମଦାନୀ କରିବାକୁ ଅନୁମତି ପ୍ରାପ୍ତ ଜୁଏଲର୍ସ ବ୍ୟାଙ୍କ୍‌ଗୁଡ଼ିକୁ ସରକାର ଅନୁମତି ଦେଇଛନ୍ତି ।

୨ଠ୨୩-୨୪ ବର୍ଷରେ ଭାରତର ୧୪ଠ ଟନ୍ ସୁନା ଆମଦାନୀ ପାଇଁ ଏକ ପ୍ରତିଶତ ଡ୍ୟୁଟି ସୁବିଧା ଦେବାକୁ ନିଷ୍ପତ୍ତି ନିଆଯାଇଛି । ରାଜସ୍ୱ ବିଭାଗ ନିକଟରେ ଏକ ବିଜ୍ଞପ୍ତି ଜାରି କରି କହିଛି ଶୁକ ହାର କୋଟାର ଲାଭ ପାଇବାକୁ ଯୋଗ୍ୟତା ମାନଦଣ୍ଡ ଦିଆଯାଇଛି । ବାଣିଜ୍ୟ ଚୁକ୍ତି ଅନୁଯାୟୀ ୟୁଏଇ ଭାରତକୁ ତୁରନ୍ତ ଶୁଳ୍କ ମୂଲ୍ୟ କୋଟା ବଦଳରେ ସୁନା ଅଳଙ୍କାର ରପ୍ତାନୀ ପାଇଁ ତୁରନ୍ତ ଶୂନ ଡ୍ୟୁଟି ବଜାର ପ୍ରବେଶ ପ୍ରଦାନ କରିଛି, ଯାହା ପୂର୍ବରୁ ୫% ଆମଦାନୀ ଶୁଳ୍କ ଥଲା । ଏ ବାବଦରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ରପ୍ତାନୀ ସଂଗଠନର ମହାନିର୍ଦ୍ଦେଶକ ଅଜୟ ଶାହା କହିଛନ୍ତି ସରକାର ଦେଇଥିବା ଆମଦାନୀ ଟ୍ୟାକ୍ସରେ ୧% ରିହାତି ସୁନା ଅଳଙ୍କାରର ମୂଲ୍ୟ ହ୍ରାସ କରିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button