ଖେଳ

ଦ୍ୱିତୀୟ ଟେଷ୍ଟ୍‌: ମାର୍ଶ ଓ ସ୍ମିଥ୍‌ଙ୍କ ଅର୍ଦ୍ଧଶତକ; ଅଷ୍ଟ୍ରେଲିଆ ୨୪୧ ରନ୍‌ରେ ଆଗୁଆ – Ibnodisha

[ad_1]

ମେଲ୍‌ବର୍ଣ୍ଣ : ମେଲ୍‌ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ର ତୃତୀୟ ଦିନ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍‌ରେ ୬ ୱିକେଟ୍ ହରାଇ ୧୮୭ ରନ୍ କରିଛି । ଏହି ପ୍ରକାରେ କଙ୍ଗାରୁ ଟିମ୍ ପାକିସ୍ତାମ୍ବିପକ୍ଷରେ ୨୪୧ ରନ୍‌ର ଅଗ୍ରଣୀ ଲାଭ କରିଛି । ଷ୍ଟମ୍ପ୍‌ସ ବେଳକୁ ଆଲେକ୍ସ କେରୀ ୧୬ ରନ୍ କରି ଅପରାଜିତ ଫେରିଥିଲେ । ତୃତୀୟ ଦିନ ଗୁରୁବାର ଅସମାପ୍ତ ପ୍ରଥମ ଇନିଂସ୍ ୧୯୪/୬ ସ୍କୋର୍‌ରୁ ଆରମ୍ଭ କରିଥିବା ପାକିସ୍ତାନ ୨୬୪ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା ।

ଅଷ୍ଟ୍ରେଲିଆ ପାଇଁ ଦ୍ୱିତୀୟ ଇନିଂସ୍‌ରେ ମିଚେଲ୍ ମାର୍ଶ ଓ ଷ୍ଟିଭ୍ ସ୍ମିଥ୍ ଅର୍ଦ୍ଧଶତକ ହାସଲ କରିଛନ୍ତି । ମେଲ୍‌ବର୍ଣ୍ଣରେ ଅନ୍ତିମ ଟେଷ୍ଟ୍ ମ୍ୟାଚ୍ ଖେଳୁଥିବା ଡେଭିଡ୍ ୱାର୍ଣ୍ଣର୍ ୬ ରନ୍‌ରେ ଆଉଟ୍ ହୋଇଥିଲେ । ତେବେ ମାର୍ଶ ଶତକରୁ ବଞ୍ଚିତ ହୋଇ ୯୬ ରନ୍‌ରେ ମୀର୍ ହମ୍‌ଜାଙ୍କ ବଲ୍‌ରେ ଆଗା ସଲ୍‌ମାନ୍‌ଙ୍କୁ କ୍ୟାଚ୍ ନେଇ ପ୍ୟାଭିଲିଅନ୍ ଫେରିଥିଲେ । ଏହା ତାଙ୍କ ଟେଷ୍ଟ୍ କ୍ୟାରିୟର୍‌ର ସପ୍ତମ ଅର୍ଦ୍ଧଶତକ । ତାଙ୍କର ଏହି ୧୩୦ ବଲ୍‌ର ଇନିଂସ୍‌ରେ ୧୩ ଚୌକା ସାମିଲ ରହିଛି । ମାର୍ଶଙ୍କ ବ୍ୟତୀତ ସ୍ମିଥ୍ ୫୦ ରନ୍ କରି ଆଉଟ୍ ହୋଇଥିଲେ । ଏହା ସ୍ମିଥ୍‌ଙ୍କ ୪୦ତମ ଟେଷ୍ଟ୍ ଅର୍ଦ୍ଧଶତକ । ପାକିସ୍ତାନ ପକ୍ଷରୁ ଶାହିନ୍ ଆଫ୍ରିଦି ଓ ମୀର୍ ହମ୍‌ଜାଙ୍କୁ ତିନିଟି ଲେଖାଏଁ ୱିକେଟ୍ ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button