ଖେଳ

ବିଶ୍ୱକପ୍ ନଜରରେ କୋହଲି – Ibnodisha

[ad_1]

ନୂଆଦିଲ୍ଲୀ: ବିଶ୍ୱକପ୍‌କୁ ଆଉ ମାତ୍ର ୨ ଦିନ ବାକି । ବିରାଟ କୋହଲିଙ୍କ କ୍ରିକେଟ୍ ଜୀବନକୁ ନେଇ ପୁଣି ଥରେ ଚର୍ଚ୍ଚା ହେବାକୁ ଲାଗିଛିି । ବିଶ୍ୱ କ୍ରିକେଟର ତାରକା ପାଲଟିସାରିଥିବା ବିରାଟ କୋହଲି ରାତିରାତି ଏହି ସୁନାମ ଅର୍ଜ୍ଜନ କରିନାହାନ୍ତି । କ୍ରିକେଟ୍ ପ୍ରତି ଭଲପାଇବା, ନିଷ୍ଠା ଓ ଶୃଙ୍ଖଳା ତାଙ୍କୁ ଏତେ ବାଟରେ ପହଞ୍ଚାଇପାରିଛି । କୋହଲିଙ୍କ ପାଇଁ ସମ୍ଭବତଃ ଏହା ଶେଷ ବିଶ୍ୱକପ୍ ବୋଲି କେତେ ଆଲୋଚନା କରୁଥିଲେ ବି ତାଙ୍କ ପାଖରେ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ଖେଳିବାର ଦକ୍ଷତା ରହିଛି । ଗୋଟିକ ପରେ ଗୋଟିଏ କୀର୍ତ୍ତିମାନ ଭାଙ୍ଗି କୋହଲି ଆଗକୁ ସଚିନ୍ ତେନ୍ଦୁଲକରଙ୍କ ଉତ୍ତରାଧିକାରୀ ହୋଇପାରିବ ବୋଲି କ୍ରିକେଟ ପଣ୍ଡିତମାନେ ମତବ୍ୟକ୍ତି କରୁଛନ୍ତି । କୋହଲିଙ୍କ କ୍ରିକେଟ୍ ଯାତ୍ରା କେମିତି ଥିଲା ତାକୁ ମନେପକାଇବା ସହ ଏନେଇ କଣ କହିଛନ୍ତି ପିଲାଦିନର ପ୍ରଶିକ୍ଷକ ରାଜକୁମାର ଶର୍ମା । ଚାଲନ୍ତୁ ଜାଣିବା ।

ଭାରତୀ କ୍ରିକେଟର ତାରକା ବ୍ୟାଟର ବିରାଟ କୋହଲିଙ୍କ କ୍ରିକେଟ ଯାତ୍ରା ଆରମ୍ଭ ହୋଇଥିଲା ୧୯୯୮ ମେ ୩୦ ତାରିଖରୁ । ଯେତେବେଳେ ତାଙ୍କ ବାବା ପ୍ରେମ କୋହଲିଙ୍କ ସହ ବିରାଟ ପଶ୍ଚିମ ଦିଲ୍ଲୀ କ୍ରିକେଟ ଏକାଡେମୀରେ ପ୍ରଥମ ଥର ପାଦ ଥାପିଥିଲେ । ସେବେଳେ ତାଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲା । କିନ୍ତୁ କ୍ରିକେଟ ପ୍ରତି ତାଙ୍କର ପାଗଳଙ୍କ ଭଳି ଭଲପାଇବା ଦେଖି ଏକାଡେମୀରେ ପ୍ରଶିକ୍ଷକ ରାଜ କୁମାର ଶର୍ମା ତାଙ୍କୁ ସଫଳ କ୍ରିକେଟର ଭାବେ ଗଢ଼ିବାର ଦାୟିତ୍ୱ ନେଇଥିଲେ । ଏହି ଯାତ୍ରାରେ ବିରାଟଙ୍କ ବାପା ପ୍ରେମ୍ ଯେତିକି ସହାୟତା କରିଥିଲେ, ସମପରିମାଣରେ ତାଙ୍କ ଭାଇ ବିକାଶ ମଧ୍ୟ ବିରାଟଙ୍କୁ ସବୁକ୍ଷେତ୍ରରେ ସହଯୋଗର ହାତ ବଢ଼ାଇଥିଲେ । ଏକାଡେମୀରେ ଯୋଗଦେବା ପରଠାରୁ ବିରାଟ କୌଣସି ଗୋଟିଏ ଦିନ ଅନୁପସ୍ଥିତ ରହିନାହାଁନ୍ତି । ଏଠାରେ ଅଭ୍ୟାସ କରୁଥିବା ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ଅତୁଲ ୱାସନଙ୍କ ଠାରୁ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ । ୮ ବର୍ଷ ପରେ ଅତୁଲ ହିଁ କୋହଲିଙ୍କୁ ରଣଜୀ ଟ୍ରଫି ପାଇଁ ଚୟନ କରିଥିଲେ ଓ ୨୦୦୬ରେ ତାମିଲନାଡୁ ବିପକ୍ଷରେ କୋହଲି ଘରୋଇ ପଡ଼ିଆରେ ରଣଜୀ ପଦାର୍ପଣ କରିଥିଲେ । ସଚିନ ତେନ୍ଦୁଲକରଙ୍କୁ ଆଦର୍ଶ ମାନୁଥିବା କୋହଲି କ୍ରିକେଟ୍‌କୁ ଯେମିତି ଭଲ ପାଉଥିଲେ, ନିଜର ଖେଳ ଉପକରଣକୁ ମଧ୍ୟ ସେଭଳି ଯତ୍ନ ନେଉଥିଲେ । ତାଙ୍କ ପ୍ୟାଡ୍ ଓ ବ୍ୟାଟରେ କେବେ ବି ଦାଗ ରହିବାକୁ ଦେଉନଥିଲେ । ସବୁବେଳେ ସେ ଖେଳ ୁପରେ ପ୍ରାଧାନ୍ୟ ବିସ୍ତାର କରିବା ଚିନ୍ତାଧାରା ନେଇ ଆସୁଥିଲେ ଏପରିକି କେତେ ସମରେ ବରିଷ୍ଠମାନଙ୍କ ସହିତ ସେ ଖେଳିବାକୁ ଯାଉଥିବାରୁ ତାଙ୍କ ଆଚରଣ ଉପରେ ନଜର ରଖିବାକୁ ପଡୁଥିବା ପ୍ରଶିକ୍ଷକ ଶର୍ମା କହିଛନ୍ତି ।

 

କିନ୍ତୁ ଖେଳରେ ବିରାଟଙ୍କର ସବୁବେଳେ ଏକାଗ୍ରତା ରହିଥାଏ । ୧୨ ବର୍ଷ ବୟସରେ ଏକ ୧୫ ବର୍ଷରୁ କମ୍ ମ୍ୟାଚ୍‌ରେ ଆମକୁ ପାଖାପାଖି ୨୨୦ ରନ୍ ପିଛା କରିବାକୁ ଥିଲା । କିନ୍ତୁ ଏତେ ବଡ଼ ଟାର୍ଗେଟକୁ ପିଛା କରିବା ପାଇଁ ଆମ ପିଲାମାନେ ଭୟଭୀତ ହୋଇଯାଇଥିଲେ । ସେତେବେଳେ କୋହଲି ପାଳି ଆରମ୍ଭ କରିବାକ୍‌ୁ ସାହସ ଦେଖାଇଥିଲେ ଏବଂ ତାଙ୍କୁ ସୁଯୋଗ ମିଳିବାରୁ ସେ ଶତକ ମାରି ଦଳକୁ ସହଜରେ ଜିତାଇଥିବା କଥାକୁ ସ୍ମରଣ କରିଛନ୍ତି ଶର୍ମା ।

କ୍ରିକେଟ ପ୍ରତି କୋହଲିଙ୍କ ପ୍ରତିବଦ୍ଧତା ବିଷରେ କହିବାକୁ ଯାଇ ଶମା ତାଙ୍କ ପିତାଙ୍କ ମୃତ୍ୟୁ ଘଟଣାକୁ ମନେପକାଇଛନ୍ତି । ୨୦୦୬ରେ କର୍ଣ୍ଣାଟକ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ରେ କୋହଲି ୪୦ ରନ୍‌ରେ ଅପରାଜିତ ଥିଲେ ଓ ଦଳ ୨୦୩/୫ରେ ସଂଘର୍ଷ କରୁଥିଲେ । ଏହି ସମୟରେ ତାଙ୍କ ବାପାଙ୍କ ପରଲୋକ ଖବର ପହଚିଂଥିଲା । କିନ୍ତୁ କୋହଲି ଖେଳିବା ଜାରି ରଖିବା ସହ ଦିଲ୍ଲୀକୁ ଫଲୋଅନ୍ ହେବାରୁ ରକ୍ଷା କରିଥିଲେ । ପଡିଆରୁ ସିଧାସଳଖ ମଶାଣି ଯିବା ସହ ପରଦିନ ପୁଣି ଖେଳିବାକୁ ଆସିଥିଲେ । ଏବେ ଡାଏଟିଂ କରୁଥିବା କୋହଲିଙ୍କର ଖାଦ୍ୟ ପ୍ରତି ଅହେତୁକ ରୁଚି ରହିଥିଲା । ସେ ଫାଷ୍ଟଫୁଡ୍ ଖାଇବାକୁ ବହୁତ ଭଲପାଉଥିଲେ । ନିମିତ ଭାବେ ରାମ ଛୋଲେ ଭତୁରେ ଖାଇବାକୁ ରାଜୌରୀ ଗାର୍ଡେନ ଯାଉଥିଲେ । କିନ୍ତୁ ଭାରତୀ ଦଳରେ ଖେଳିବା ପରଠୁ ସେ ତୈଳ ଜାତୀୟ ଖାଦ୍ୟ ଛାଡିଦେଇଛନ୍ତି । କ୍ରିକେଟରେ ନିଜେ ଏକ ସ୍ୱତନ୍ତ୍ର ଶବ୍ଦକୋଷ ତିଆରି କରିବା ସହ ବଡ଼ ପାଳି ଖେଳି ଦେଶକୁ କିପରି ଜିତାଇହେବ ତାହା ଉପରେ ସେ ସବୁବେଳେ ଧ୍ୟାନ ଦେଇଥାନ୍ତି । ଆସନ୍ତା ବିଶ୍ୱକପ୍‌ରେ ମଧ୍ୟ ସେ ଭଲ ଖେଳନ୍ତୁ ବୋଲି ପିଲାଦିନେ ପ୍ରଶିକ୍ଷକ ଶର୍ମା ଆଶାବ୍ୟକ୍ତ କରିବା ସହ ଭାରତ ବିଜେତା ହେଉ ବୋଲି ପ୍ରାର୍ଥନା କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button