ଖେଳ

ଦୂତି ଚାନ୍ଦଙ୍କୁ ବଡ଼ ଝଟକା: ଡୋପ୍ ଟେଷ୍ଟରେ ଫେଲ୍ ପରେ ୪ ବର୍ଷ ପାଇଁ ବାସନ୍ଦ – Ibnodisha

[ad_1]

ବ୍ୟୁରୋ : ଦୂତି ଚାନ୍ଦଙ୍କୁ ବଡ଼ ଝଟକା । ୨୦୨୭ ଜାନୁଆରୀ ଯାଏ ଦୌଡ଼ି ପାରିବେନି ଦୂତି । ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ଚଳିତ ବର୍ଷ ଜାନୁଆରି ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଲାଗୁ ହୋଇଛି । ଏହି ତାରିଖଠୁ ବର୍ତ୍ତମାନ ସୁଦ୍ଧା ଦୂତି ଯେଉଁ ଇଭେଣ୍ଟଗୁଡ଼ିକରେ ଅଂଶଗ୍ରହଣ କରିଥିବେ, ତାହାର ପ୍ରଦର୍ଶନଗୁଡ଼ିକୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ୍ ଅଧ୍ୟକ୍ଷ ଚୈତନ୍ୟ ମହାଜନ ସୂଚନା ଦେଇଛନ୍ତି। ତଥାପି ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ୍ ଆଗରେ ନିଜର ପକ୍ଷ ରଖିବାକୁ ଦୂତିକୁଂ ୨୧ ଦିନ ସମୟ ଦିଆଯାଇଛି।ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜାତୀୟ ଡୋପ ନିରୋଧି ସଂସ୍ଥା ନାଡାର ଶୃଙ୍ଖଳା କମିଟି ଏଡିଡିପି ଉଭୟ ଟେଷ୍ଟ ରିପୋର୍ଟକୁ ମୂଲ୍ୟାୟନ ଓ ବିଶ୍ଳେଷଣ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରିଥିଲା । ଦୂତିକୁଂ ଗତବର୍ଷ ଡିସେମ୍ବର ୫ ଓ ୨୬ ତାରିଖରେ ନାଡାର ଡୋପ୍ ନିୟନ୍ତ୍ରକ ଅଧିକାରୀଙ୍କ ଦ୍ବାରା ଭୁବନେଶ୍ବରରେ ଦୁଇଥର ପରୀକ୍ଷା କରାଯାଇଛି। ଉଦ୍ଦେଶ୍ୟମୂଳକ ଭାବେ କୌଣସି ନିଷିଦ୍ଧ ଔଷଧ ସେବନ କରିନଥିବା ଦୂତି ଶୃଙ୍ଖଳା କମିଟି ଆଗରେ କହିଥିଲେ । ହେଲେ ତାଙ୍କ ଉତ୍ତରରେ କମିଟି ସମ୍ପୂର୍ଣ୍ଣ ସନ୍ତୋଷ ପ୍ରକାଶ କରିନଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button