ଅପରାଧ

ଶାରୀରିକ ସମ୍ପର୍କ ରଖଵାକୁ ମନା କରିବାରୁ ପ୍ରମିକା ସହ ଏମିତ କଲା ପ୍ରେମିକ… – Ibnodisha

[ad_1]

ଦିଲ୍ଲୀ : ଶାରୀରିକ ସମ୍ପର୍କ ରଖିବାକୁ ପ୍ରେମିକା ମନା କରିବାରୁ ବେକରେ ପେଚକସ୍‌ ପୁରାଇ ଆକ୍ରମଣ କଲା ପ୍ରେମିକ । ନିଜ ଲିଭ- ଇନ୍- ପାର୍ଟନର ବେକରେ ସ୍କ୍ରୁ- ଡ୍ରାଇଭରରେ ଫୁଟାଇ ଦେଇଛି ପ୍ରେମିକ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି । ଗିରଫ କରିବା ପରେ ପଚରାଉଚରା କରୁଛି ପୋଲିସ । ଦିଲ୍ଲୀରେ ଏଭଳି ଘଟଣା ଘଟିଛି ।ପୋଲିସ କହିବା ମୁତାବକ, ଅଭିଯୁକ୍ତ ଶିବମ ଏବଂ ପ୍ରେମିକା ଦୁହେଁ ଉତ୍ତରପ୍ରଦେଶର ବାସିନ୍ଦା । ବର୍ଷକାଳ ଲିଭ-ଇନରେ ରହିବା ପରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶିବମ ପ୍ରେମିକାକୁ ଯୌନ ଶୋଷଣ କରୁଥିଲା । ପୂର୍ବରୁ ଅନେକ ଥର ଶାରୀରିକ ସଂପର୍କ ରଖିଥିଲେ । ଶିବମ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଦୁଇଟି ପିଲା ରହିଛି । ଯୁବତୀ ଜଣକ ଜାଣିବା ପରେ ଶିବମଙ୍କ ଠାରୁ ଦୂରତା ରଖିଥିଲେ ।ଏହା ଜାଣିବା ପରେ ଯୁବତୀ ଜଣକ ନାହରପୁର ଅଞ୍ଚଳରେ ଭଡା ଘର ନେଇ ରହୁଥିଲେ । ଏହା ଜାଣବା ପରେ ଶିବମ ନାହରପୁର ଅଞ୍ଚଳରେ ଥିବା ଯୁବତୀଙ୍କ ପାଖକୁ ପହଞ୍ଚିଯାଇଥିଲେ । ଆଉ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ମାତ୍ର ଯୁବତୀ ଜଣକ ଏଥିପାଇଁ ସିଧାସଳଖ ମନା କରି ଦେଇଥିଲେ। ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ଶିବମ ଘରେ ଥିବା ଏକ ସ୍କ୍ରୁ ଡ୍ରାଇଭର ଆଣି ପୀଡ଼ିତାଙ୍କ ବେକରେ ଫୁଟାଇ ଦେଇଥିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ସେ ତାଙ୍କୁ ବାରମ୍ବାର ଆକ୍ରମଣ କରି ଲହୁଲୁହାଣ କରି ଫେରାର ହୋଇଗଲେ ।ଯୁବତୀ ଜଣକ ତଳେ ପଡ଼ି ଛଟପଟ ହୋଇ ଚିତ୍କାର କରିବାରୁ ପଡ଼ୋଶୀ ପହଞ୍ଚି ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।ପୋଲିସ ଅଭିଯୁକ୍ତ ଶିବମ ବିରୋଧରେ ଆଇପିସି ଧାରା ୩୦୭,୩୨୩, ୩୨୪ ଏବଂ ୩୭୬ ଅଧିନରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button