ଅପରାଧ

ପର୍ସର ଚମତ୍କାରୀ ଖେଳ ହେଲା କାଳ; ୧ ମୃତ, ୬ ଆହତ – Ibnodisha

[ad_1]

ମୟୂରଭଞ୍ଜ  : ରାସ୍ତା ପାର୍ଶ୍ଵରୁ ପାଇଥିବା ମନିପର୍ସକୁନେଇ ମହାଭାରତ। ୬ ଜଣ ଆହତ ହୋଇଥିବା ବେଳେ ଅକାଳରେ ଚାଲିଗଲା ଜଣଙ୍କର ଜୀବନ। ତେବେ ମନିପର୍ସକୁନେଇ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅଞ୍ଚଳରେ ହିଂସାକାଣ୍ଡରେ ଯୁବକ ମୃତ, ୬ ଆହତ । ମୃତକ ଜଣକ ହେଲେ ବାରିପଦା ୱାର୍ଡ ନମ୍ବର ୨୦,ଶୁନଗଡିଆ ସାହିର ‘ରାମ ମୁଖୀ’ । ଆଜି କୌଣସି କାରଣକୁନେଇ ମୃତକଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ରାମଙ୍କୁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ରାମ ମୁଖୀଙ୍କ ମୃତ୍ୟୁ ଘଟିଛି । ବାରିପଦା ଟାଉନ ପୋଲିସ ପକ୍ଷରୁ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରୀ । ଅଟକ ଦୁଇଜଣ ହେଲେ ସ୍ଥାନୀୟ ଅଞ୍ଚଳର ଦିପୁ ମୁଖି ଏବଂ ଶେଖ୍ ସମସେର୍ । ଘଟଣା ମୁତାବକ ମୃତ ରାମ ଏବଂ ତାଙ୍କ ଦୁଇ ଭାଇ ଗାଧୋଇବାକୁ ଯାଇଥିବା ବେଳେ ଗାଧୁଆ ତୁଠରୁ ଏକ ପର୍ସ ପାଇଥିଲେ। ଯେଉଁଥିରେ ୫୫୦ ଟଙ୍କା ରହିଥିବା ସେମାନେ ଦେଖିଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏହି ପର୍ସଟି ତାଙ୍କର ଆଉ ସେଥିରେ ୫୫୦ ଟଙ୍କା ନୁହେଁ ୧୩ଶହ ଟଙ୍କା ଥିବା ଦାବିକରି କହିଥିଲେ।

ଯାହାକୁନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ପରେ ଝଗଡାର ସୂତ୍ରପାତ ହୋଇଥିଲା। ଝଗଡା ଉଗ୍ରରୂପ ନେବାରୁ କିଛି ଯୁବକ ରାମଙ୍କ ଘରକୁ ଯିବା ସହ ତାଙ୍କ ପରିବା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ରାମଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇ ସେ ସେଠାରେ ଟଳି ପଡିଥିଲେ। କିଛି ସମୟ ପରେ ତାଙ୍କୁ ପିଆରଏମ୍ ମେଡିକାଲକୁ ପଠା ଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ଥାନା ସମ୍ମୁଖରେ ପହଞ୍ଚି ପାଟିତୁଣ୍ଡ କରିବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ଘଟଣାକୁନେଇ ଟାଉନ ଥାନା ପୋଲିସ ପକ୍ଷରୁ ଉଭୟ ପକ୍ଷ ବିରୋଧରେ ମାମଲା ରୁଜୁ କରି ଉଭୟ ପକ୍ଷରୁ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ମାତ୍ର ଘଟଣା ଉଗ୍ରରୂପ ନେବା ପୂର୍ବରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିଲେ ହୁଏତ ପରିସ୍ଥିତି ଭିନ୍ନ ହୋଇଥାନ୍ତା ବୋଲି ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button