ରାଜ୍ୟ

ଭୁଶୁଡ଼ିଲା କାନ୍ଥ, ଜଣେ ମୃତ, ଜଣେ ଗୁରୁତର – Ibnodisha

[ad_1]

ଭୁୁବନେଶ୍ୱର: କାନ୍ଥ ଭୁଶୁଡ଼ି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ଅଛନ୍ତି । ଏଭଳି ଏକ ଦୁଖଦ ଖବର ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଜରଙ୍ଗୋଲୋଇ ଗାଁରୁ ସାମ୍ନାକୁ ଆସିଛି । କାନ୍ଥ ଭୁଶୁଡି ଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକ ହେଲେ କୁରୁନାଥ ସାନ୍ତା ଏବଂ ଗୁରୁତରଙ୍କୁ ଚିକିତ୍ସା ପାଇଁ ବଡ଼ଗାଁ ଡାକ୍ତରଖାନାକୁ ପଠାଇଦିଆଯାଇଛି । ତେବେ ଉଭ ସମ୍ପର୍କରେ ବାପା ଏବଂ ପୁଅ ଅଟନ୍ତି । ଗତକାଲି ରାତିରେ କୁରୁନାଥ ଓ ତାଙ୍କ ପୁଅ ଘରେ ଶୋଇଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ କିଛି ଦିନ ହେବା ଲଗାଣ ବର୍ଷା ଲାଗି ରହିଛି। ବର୍ଷା ପାଇଁ ମାଟି କାନ୍ଥଟି କୁରୁନାଥଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ପାଖରେ ଶୋଇଥିବା ପୁଅ ଉପରେ ମଧ୍ୟ କାନ୍ଥଟି ଅଳ୍ପ ପଡ଼ିଥିଲା। ବାପପୁଅଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ। କୁରୁନାଥଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୁନ୍ଦରଗଡ଼ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button