ଦେଶ

ସୁଇମିଂ ପୁଲ୍ ଭିତରକୁ ପଶି ଆସିଲା କୁମ୍ଭୀର ଛୁଆ – Ibnodisha

[ad_1]

ମୁମ୍ବାଇ: ସୁଇମିଂ ପୁଲ୍ ଭିତରକୁ ପଶି ଆସିଲା କୁମ୍ଭୀର ଛୁଆ। ମଙ୍ଗଳବାର ସକାଳେ ମୁମ୍ବାଇର ଦାଦରରେ ଥିବା ମହାତ୍ମା ଗାନ୍ଧୀ ସୁଇମିଂ ପୁଲକୁ ଏକ କୁମ୍ଭୀର ଛୁଆ ପଶି ଆସିଥିଲା ବୋଲି ଜଣାପଡ଼ିଛି। ତେବେ ପ୍ରତିଦିନ ସୁଇମିଂ ଆରମ୍ଭ ହେବା ପୂର୍ବରୁ ସବୁ ଚେକ୍ କରୁଥିବା ଲାଇଫଗାର୍ଡଙ୍କ ଆଖିରେ କୁମ୍ଭୀରଟି ପଡ଼ିବାରୁ ସେ ତାକୁ ପାଣି ଭିତରୁ ବାହାର କରିଥିଲେ। ବାହାର କରିବା ସମୟରେ କୁମ୍ଭୀରଟି ତାଙ୍କୁ କାମୁଡ଼ି ଦେଇଥିଲା ବୋଲି କୁହାଯାଉଛି। ସକାଳ ସମୟରେ କେହି ସୁଇମିଂ ପୁଲ ଭିତରେ ନଥିବାରୁ କୁମ୍ଭୀରଟି କାହାକୁ ଆକ୍ରମଣ କରିପାରିନଥିବା କୁହାଯାଉଛି।

ମହାତ୍ମା ଗାନ୍ଧୀ ସୁଇମିଂ ପୁଲର ସଂଯୋଜକ ସନ୍ଦୀପ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଯେ, କର୍ମଚାରୀମାନେ ସୁଇମିଂ ଆରମ୍ଭ ହେବା ପୂର୍ବରୁ ପ୍ରତିଦିନ ସକାଳେ ପୁଲକୁ ଯାଞ୍ଚ କରନ୍ତି। ଆଜି ଆମର କର୍ମଚାରୀମାନେ ଏହି ଅଲିମ୍ପିକ୍ ଆକାରର ସୁଇମିଂ ପୁଲରେ ଏକ କୁମ୍ଭୀର ଛୁଆ ପହଁରୁଥିବା ଦେଖିବାକୁ ପାଇଥିଲେ। ଏହା ପରେ କୁମ୍ଭୀର ଛୁଆକୁ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। କୁମ୍ଭୀରଟି ନିକଟସ୍ଥ ଏକ ଘରୋଇ ପ୍ରାଣୀ ଉଦ୍ୟାନରୁ ଆସିଥିବ ବୋଲି ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ର ନବନିର୍ମାଣ ସେନା ନେତା ସନ୍ଦୀପ ଦେଶପାଣ୍ଡେ ଘରୋଇ ପ୍ରାଣୀ ଉଦ୍ୟାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି। ସେ କହିଛନ୍ତି, “ଏହି ଘରୋଇ ପ୍ରାଣୀ ଉଦ୍ୟାନ ବେଆଇନ ଅଟେ। ଏହାପୂର୍ବରୁ ବିଷାକ୍ତ ସାପ ଏହି ପ୍ରାଣୀ ଉଦ୍ୟାନରୁ ବାହାରି ରାସ୍ତାକୁ ଚାଲିଆସିଥିଲା। ଏହି ସରୀସୃପମାନେ କାହାକୁ କାମୁଡ଼ିଲେ ବା କୌଣସି ଲୋକମାନଙ୍କ ଦ୍ବାରା ସେମାନେ ଆଘାତ ପାଇଲେ, ସେଥିପାଇଁ କିଏ ଦାୟୀ ହେବ? ଏଭଳି ପ୍ରାଣୀମାନଙ୍କୁ ରଖିବା ପାଇଁ ବ୍ୟକ୍ତିଗତ ପ୍ରାଣୀ ଉଦ୍ୟାନ କରିବାକୁ କିଏ ଅନୁମତି ଦେଇଛି? ବୋଲି ଦେଶପାଣ୍ଡେଙ୍କୁ ପ୍ରଶ୍ନ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button