ଦେଶ
ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – Ibnodisha

[ad_1]
କରଞ୍ଜିଆ : ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଭଣ୍ଡନ ଗାଁ ନିକଟ ଟାଟା ବାଦାମପାହାଡ଼ ରେଳ ଲାଇନ କଡରେ ଥିବା ଏକ ଗଛରୁ ଅଜଣା ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ବାଦାମପାହାଡ଼ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି।
ଖବର ଅନୁଯାୟୀ, ବାଦାମପାହାଡ଼ ରେଳ ଲାଇନ୍ ନିକଟରେ ଥିବା ଏକ ଗଛରୁ ଜଣେ ଯୁବକଙ୍କୁ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ବାଦାମପାହାଡ଼ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ଯାଏଁ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଯାଇଛି । ପୋଲିସ ପ୍ରାଥମିକ ରିପୋର୍ଟ ଆସିବା ପରେ ମୃତ୍ୟୁ ନେଇ ସଠିକ୍ କାରଣ ଜଣାପଡିବ ।
[ad_2]




