ରାଜ୍ୟ

ବାହାର ରାଜ୍ୟରୁ ପୁଣି ଶବ ହୋଇ ଫେରିଲେ ଶ୍ରମିକ – Ibnodisha

[ad_1]

young man dead, forest depat worker attacked thinking that he is a hunter

ଫୁଲବାଣୀ: ରାଜ୍ୟରୁ ହଟୁନି ଦାଦନ ଦୁଃଖ। ରୋଜଗାର ଚିନ୍ତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଶ୍ରମିକ ଏବେ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ଦାଦନ ଖଟିବାକୁ ଯାଇ ଅନେକ ଶ୍ରମିକ ନିଜ ଭିଟାମାଟିକୁ ଶବ ହୋଇ ଫେରୁଛନ୍ତି। ଗତ କିଛିଦିନ ତଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ବାଲକିଡାଡି ଗାଁର ଜଣେ ଶ୍ରମିକ ନିଜ ଭିଟାମାଟି ଛାଡି ଅନ୍ୟରଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ନିଜ ଭିଟାମାଟିକୁ ଫେରିଥିଲେ।

ଏହି ଘଟଣା ପୂର୍ବରୁ ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁର ପରିବାରର ଏକ ମାତ୍ର ପୁଅ ବାହାରେ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଥିଲେ। ତେବେ ଏହି ଘଟଣାକୁ ତିନିମାସ ନପୁରୁଣୁ ପୁଣି ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ବାଇମାହା ଗାଁର ଜଣେ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ଏବେ ସାରା ଫିରିଙ୍ଗିଆରେ ଶୋକର ଛାୟା ଖେଳାଇଦେଇଛି। ମୃତ ଶ୍ରମିକ ଜଣଙ୍କ ବାଇମାହା ଗାଁର ସ୍ବର୍ଗତ କୁବେର କହଁରଙ୍କ ସାନ ପୁଅ ଲୋକନାଥ କହଁର ବୋଲି ଜଣାପଡିଛି।

ପରିବାର ଲୋକଙ୍କ କହିବା ଅନୁସାରେ, ମୃତ ଲୋକନାଥ କହଁର ଗତ ମାସେ ପୂର୍ବରୁ ନିଜ ଅଞ୍ଚଳର କିଛି ସାଙ୍ଗମାନଙ୍କ ସହ ଚେନ୍ନଇ ଅମ୍ବାତୁର ଥାନା ଏଥିପିଟ ପ୍ରିୟା କଲୋନୀରେ ଥିବା ଆଇଡ଼ିଏଲ କଲର କୋଟ ନାମକ ଏକ ରଙ୍ଗ କମ୍ପାନୀକୁ କାମ କରିବାକୁ ଯାଇଥିଲେ। ଗତ ଗୁରୁବାର ସଂଧ୍ୟା ସମୟରେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ତାଙ୍କ କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଶୁକ୍ରବାର ସକାଳୁ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଯୁବକ ଜଣଙ୍କ ଗତ ପଞ୍ଚାୟତ ନିର୍ବାଚନରେ ରତଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବରେ ଛିଡା ହୋଇଥିଲେ।

ବର୍ତ୍ତମାନ ତାଙ୍କର ମୃତ୍ୟୁ ଖବର ଗାଁରେ ପହଞ୍ଚିଲା ପରେ ପରିବାର ଲୋକେ ଘରର ଏକମାତ୍ର ଭେଣ୍ଡିଆ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡ଼ିଥିବା ବେଳେ ପରିବାର ସହ ସାରା ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ପରିବାର ଲୋକେ ଭେଣ୍ଡିଆ ପୁଅର ହଠାତ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଯୁବକଙ୍କ ମୃତଦେହକୁ ଅମ୍ବାତୁରରୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ବାଇମହାକୁ ଆଣିଥିବା ପରିବାର ତରଫରୁ ସୂଚନା ମିଳିଛି।

The post ବାହାର ରାଜ୍ୟରୁ ପୁଣି ଶବ ହୋଇ ଫେରିଲେ ଶ୍ରମିକ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button