ରାଜ୍ୟ

ବଡ଼ ନିଷ୍ପତ୍ତି; ୪୫ ହଜାର ହେବ ମେଡିକାଲ ବେଡ ସଂଖ୍ୟା – Ibnodisha

[ad_1]

ଭୁବନେଶ୍ୱର: ବଢ଼ିବ ମେଡିକାଲ, ବଢ଼ିବ ଶଯ୍ୟା । ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ରାଜ୍ୟର ସାଧାରଣ ଲୋକେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇପାରିବେ । ଶନିବାର ଗଣମାମଧ୍ୟମକୁ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ରାଜ୍ୟରେ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ପ୍ରାୟ ୨୮ ହଜାର ଶଯ୍ୟା ରହିଛି । ତାହା ବଢ଼ି ସରକାରୀ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୪୫ ହଜାରରୁ ଅଧିକ ହେବ । ରାଜ୍ୟରେ ଏବେ ୧୨୩୬ ପିଏଚ୍‌ସି ଥିବାବେଳେ ରାଜ୍ୟ ସରକାର ଆଉ ୩୦୬ ନୂଆ ପିଏଚ୍‌ସି ଖୋଲିବେ । ସବୁ ପିଏଚ୍‌ସିରେ ୨୪ ଘଣ୍ଟିଆ ସେବା ପାଇଁ ୬ଟି ଶଯ୍ୟା ରହିବ । ସିଏଚ୍‌ସିରେ ଶଯ୍ୟା ସଂଖ୍ୟା ବି ବଢ଼ିବ । ପ୍ରତି ସିଏଚ୍‌ସିରେ ୩୦ କରି ଶଯ୍ୟା ରହିବ ।

ଡା. ମହାପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାସୀନ ହେବା ପରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବାକୁ ସେ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି । ୨୦୦୦ରେ ବର୍ଷକୁ ମାତ୍ର ୩୨୧ ଏମ୍‌ବିବିଏସ୍ ଡାକ୍ତର ଓ ୨୫୪ ବିଶେଷଜ୍ଞ ଡାକ୍ତର ଉତ୍ତୀର୍ଣ୍ଣ ହେଉଥିଲେ । ୨୦୨୩ ସୁଦ୍ଧା  ଏମ୍‌ବିବିଏସ୍ ଡାକ୍ତର ୨୨୦୦ ଓ ୮୨୬କୁ ବିଶେଷଜ୍ଞ ଡାକ୍ତର ଉତ୍ତୀର୍ଣ୍ଣ ହେଉଛନ୍ତି । କଟକ ଓ ଭୁବନେଶ୍ୱରରେ ଦୁଇଟି ସ୍ନାତକୋତ୍ତର ଅନୁଷ୍ଠାନ, ନର୍ସିଂସ୍କୁଲ୍‌କୁ କଲେଜରେ ରୂପାନ୍ତରଣ, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯାଇଛି । କୋରାପୁଟ, ବାରିପଦା, ବାଲେଶ୍ୱର, ବଲାଙ୍ଗିର, ପୁରୀ, କେନ୍ଦୁଝର, ସୁନ୍ଦରଗଡ଼ ଓ କଳାହାଣ୍ଡି ଭଳି ଅଠ ଜିଲ୍ଲାରେ ନୂଆ ମେଡିକାଲ୍ କଲେଜ ସ୍ଥାପନ କରାଯାଇଛି ।

ଏଥିସହିତ ଚାରୋଟି ଘରୋଇ ଅନୁଷ୍ଠାନରୁ ବର୍ଷକୁ ୭୫୦ ଏମ୍‌ବିବିଏସ୍ ଡାକ୍ତର ଉତ୍ତୀର୍ଣ୍ଣ ହେଉଛନ୍ତି । ୨୦୨୧ରେ ରାଜ୍ୟର ସମସ୍ତ ଏମ୍‌ବିବିଏସ୍ ଶିକ୍ଷା ଅନୁଷ୍ଠାନର ୧୫% ସିଟ୍ ସରକାରୀ ବିଦ୍ୟାଳୟରେ ପଢ଼଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ହୋଇଛି । ବିଗତ ଦୁଇଟି ଶିକ୍ଷାବର୍ଷରେ ସରକାରୀ ବିଦ୍ୟାଳୟର ୪୧୫ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏମ୍‌ବିବିଏସ୍ ପଢ଼଼ୁଛନ୍ତି । ଏହାଦ୍ୱାରା କିଛିବର୍ଷ ମଧ୍ୟରେ ଓଡ଼ିଶାର ସ୍ୱପ୍ନ ସାକାର ହେବ । ବ୍ଲକସ୍ତରରେ ବି ଉନ୍ନତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହୋଇପାରିବ ।

ଡା. ମହାପାତ୍ର କହିଛନ୍ତି ଯେ ସରକାରୀ  ନିୟମ ଅନୁସାରେ ଏ ସବୁ କାମ ପର୍ଯ୍ୟାୟ ଅନୁସାରେ କରାଯିବ । ପ୍ରତି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୩୦୦ କରି ଶଯ୍ୟା ପାଇଁ କାମ ଚାଲିଛି । ରାଜ୍ୟରେ ଏବେ ୧୧୬ ୟୁପିଏଚ୍‌ସି, ୭୫ ସିଏଚ୍‌ସି, ୭ ୟୁସିଏଚ୍‌ସି ୩୨ କରି ଉପଜିଲ୍ଲା ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରହିଛି ।

ତାହା ରୋଗୀ ତୂୁଳନାରେ ପର୍ଯ୍ୟାପ୍ତ ନୁାହେଁ । ତେଣୁ ନୂଆ ନିଷ୍ପତ୍ତି ଅନୁସାରେ ପୂର୍ବରୁ ଥିବା ୧୧ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ବଢ଼ିବ । ଏଥିଯୋଗୁଁ ରାଜ୍ୟବ୍ୟାପୀ ଡାକ୍ତର ଓ ଶଯ୍ୟା ସଂଖ୍ୟା ବି ବଢ଼ିବ । ଏହାର ସୁଫଳ ରାଜ୍ୟର ଲୋକେ ପାଇାବେ । ଆଉ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button