ଦେଶ

ପ୍ରେମରେ ଅସଫଳ ହୋଇ ଆତ୍ମହତ୍ୟା କଲେ ଗାର୍ଲଫ୍ରେଣ୍ଡଙ୍କୁ ଦୋଷୀ କରାଯାଇପାରିବନି: ହାଇକୋର୍ଟ – Ibnodisha

[ad_1]

ନୂଆଦିଲ୍ଲୀ: ପ୍ରେମରେ ଅସଫଳ ହୋଇ କୌଣସି ପୁରୁଷ ଆତ୍ମହତ୍ୟା କଲେ ଏଣିକି ଆଉ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଦାୟୀ କରାଯାଇପାରିବ ନାହିଁ । ଛତିଶଗଡ ହାଇକୋର୍ଟ ଏକ ମାମଲାର ଶୁଣାଣୀ କରି ଏହି ଟିପ୍ପଣୀ ରଖିଛନ୍ତି । ପ୍ରେମରେ ଅସଫଳ ହୋଇ କୌଣସି ପୁରୁଷ ଆତ୍ମହତ୍ୟା କଲେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ଉପରେ ମୋକଦ୍ଦମା କରାଯାଇପାରିବ କି ନା ଆବେଦନ ଉପରେ ଶୁଣାଣୀ କରି କୋର୍ଟ କହିଛନ୍ତି ଯଦି କୌଣସି ବ୍ୟକ୍ତି ଏପରି କାରଣ ପାଇଁ ଆତ୍ମହତ୍ୟା କରୁଛି ତେବେ ତାଙ୍କ ପ୍ରେମିକା ଉପରେ ତାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇଥିବା ଅଭିଯୋଗରେ ମାମଲା ରୁଜୁ କରାଯାଇପାରିବ ନାହିଁ । ବାର୍ ଆଣ୍ଡ ବେଞ୍ଚର ଖବର ଅନୁଯାୟୀ ବିଚାରପତି ପାର୍ଥ ପ୍ରତିମ ସାହୁ କହିଛନ୍ତି ଯଦି କୌଣସି ଛାତ୍ର ପରୀକ୍ଷାରେ ଖରାପ ପ୍ରଦର୍ଶନ କାରଣରୁ ଆତ୍ମହତ୍ୟା କରେ କିମ୍ବା କୌଣସି ମୋକଦ୍ଦମା ଖାରଜ ହେବା କାରଣରୁ ଆତ୍ମହତ୍ୟା କରେ ତେବେ ଶିକ୍ଷକ କିମ୍ବା ସମ୍ବନ୍ଧିତ ଓକିଲଙ୍କୁ ଏଥିପାଇଁ ଦାୟୀ କରାଯାଇପାରିବ ନାହିଁ । କୋର୍ଟ କହିଛନ୍ତି ସେହିପରି ଯଦି କୌଣସି ପ୍ରେମୀ ପ୍ରେମରେ ଅସଫଳତା କାରଣରୁ ଆତ୍ମହତ୍ୟା କରେ ତେବେ ସମ୍ବନ୍ଧିତ ମହିଳାଙ୍କ ଉପରେ କେସ୍ କରାଯାଇପାରିବ ନାହିଁ।

କୋର୍ଟ କହିଛନ୍ତି ଦୂର୍ବଳ ମାନସିକତା ସଂପନ୍ନ ବ୍ୟକ୍ତିଙ୍କ ଦ୍ୱାରା ନିଆଯାଇଥିବା ଭୁଲ୍ ପଦକ୍ଷେପ ପାଇଁ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଦୋଷୀ କୁହାଯାଇପାରିବ ନାହିଁ । ଏହା ସହିତ ହାଇକୋର୍ଟ ଜଣେ ୨୪ ବର୍ଷୀୟା ଯୁବତୀ ଓ ତାଙ୍କ ଭାଇଙ୍କ ଉପରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ମାମଲାରେ ହୋଇଥିବା କେସ୍‌କୁ ରଦ୍ଦ କରି ଦେଇଛନ୍ତି । ଅଭିଯୋଗକାରୀ ପକ୍ଷର କହିବା ଅନୁଯାୟୀ ମୃତକ ୨୩ ଜାନୁୟାରୀ ୨୦୨୩ରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା ଓ ଆତ୍ମହତ୍ୟା କରିବା ପୂର୍ବରୁ ମୃତକ ଏକ ସୁଇସାଇଡ୍ ନୋଟ୍ ଛାଡି ଯାଇଥିଲା ଯେଉଁଥିରେ ସେ ନିଜ ଗାର୍ଲଫ୍ରେଣ୍ଡ ଓ ତାଙ୍କ ଭାଇଙ୍କୁ ମୃତ୍ୟୁ ପାଇଁ ଦାୟୀ କରିଥିଲା । ଏହାପରେ ମ୍ୟତକଙ୍କ ଦାଦାଙ୍କ ଅଭିଯୋଗ କ୍ରମେ ପୋଲିସ ମହିଳାଙ୍କ ସହିତ ତାଙ୍କ ୨ ଭାଇଙ୍କୁ ଗିିରଫ କରିଥିଲା । ଏହାପରେ ଏମାନେ ସେମାନଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ବିରୁଦ୍ଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button