ରୁଷ ଅଧିକୃତ କ୍ରିମିଆ ଉପରେ ୟୁ୍କ୍ରେନର ପ୍ରଚଣ୍ଡ ଆକ୍ରମଣ, ୨ ଜେନେରାଲଙ୍କ ସମେତ ୯ ମୃତ – Ibnodisha

[ad_1]

କିବ୍ : ରୁଷ ଅଧିକୃତ କ୍ରିମିଆ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ୟୁ୍କ୍ରେନ। ଏଥିରେ ରୁଷର ୨ ଜେନେରାଲଙ୍କ ସମେତ ୯ ଜଣ ମୃତ୍ୟୁବରଣ କରିଛନ୍ତି । ରୁଷର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ୟୁକ୍ରେନ ଶନିବାର ସକାଳେ କ୍ରିମିଆ ଉପଦ୍ୱୀପରେ ଥିବା ସେବାଷ୍ଟୋପୋଲ ଉପରେ ଏକ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା । ଗଭର୍ଣ୍ଣର ମିଖାଇଲ ରଜ୍ଭୋଜାୟେଭ୍ ମେସେଜିଂ ଆପ୍ ଟେଲିଗ୍ରାମରେ କହିଛନ୍ତି ଯେ କ୍ଷେପଣାସ୍ତ୍ରର ଭଗ୍ନାବଶେଷ ସେବାଷ୍ଟୋପୋଲ ନିକଟରେ ପଡ଼ିଛି।
ୟୁକ୍ରେନର ଟେଲିଗ୍ରାମ ନ୍ୟୁଜ୍ ଚ୍ୟାନେଲ ଅନୁଯାୟୀ, ଉତ୍ତର କ୍ରିମିଆର ଭିଲନେ ନିକଟରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା, ଯାହା ପରେ ଧୂଆଁର ବାଦଲ ବାହାରିଥିଲା । ୟୁକ୍ରେନର ସାମରିକ ଗୁଇନ୍ଦା ମୁଖ୍ୟ କିରିଲୋ ବୁଡାନୋଭ ଶନିବାର ଭଏସ୍ ଅଫ୍ ଆମେରିକାକୁ କହିଛନ୍ତି ଯେ କ୍ରିମିଆରେ ଥିବା ରୁଷିଆର କଳା ସାଗର ନୌସେନା ମୁଖ୍ୟାଳୟ ଉପରେ ୟୁକ୍ରେନର ଏୟାର ଷ୍ଟ୍ରାଇକ୍ ରେ ଦୁଇ ଜେନେରାଲଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୬ ଜଣ ଆହତ ହୋଇଛନ୍ତି। ୨୦୧୪ରେ ରୁଷିଆ ବେଆଇନ ଭାବେ କ୍ରିମିଆକୁ ଦଖଲ କରିଥିଲା।
ବୁଡାନୋଭ ଦାବି କରିଛନ୍ତି ଯେ ଦକ୍ଷିଣ-ପୂର୍ବ ସୀମାରେ ଥିବା ରୁଷୀୟ ସେନାର କମାଣ୍ଡିଂ ଜେନେରାଲ ଆଲେକଜାଣ୍ଡର ରୋମାନଚୁକ୍ ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ଥିଲେ। ଅନ୍ୟପକ୍ଷରେ ୟୁକ୍ରେନ ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ପାଶ୍ଚାତ୍ୟ ଦେଶମାନେ ଦେଇଥିବା କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା କି ନା ତାହା ଜଣାପଡ଼ିନାହିଁ ।
[ad_2]