ଦେଶ

ଆଳୁ ସମେତ ଏସବୁ ଖାଦ୍ୟକୁ ପ୍ରେସର କୁକରରେ ସିଝାଇବା ମନା, ହୋଇପାରେ ଗମ୍ଭୀର ରୋଗ

କମ୍‌ ସମୟରେ ଖାଦ୍ୟ ତିଆରି କରିବା ପାଇଁ ସବୁଠୁ ଭଲ ବିକଳ୍ପ ହେଉଛି ପ୍ରେସର କୁକର। ଏଥିରେ ଖାଦ୍ୟ ତିଆରି କରିବା ସହଜ ଓ ସରଳ ମଧ୍ୟ। ଏଣୁ କୌଣସି କାମ ପାଇଁ ବାହାରକୁ ଯିବାକୁ ଥିଲେ କିମ୍ବା ଅଫିସ ଯିବାକୁ ଡେରି ହେଉଥିଲେ ଲୋକମାନେ ପ୍ରାୟତଃ ଭାତକୁ ପ୍ରେସରରେ ତିଆରି କରିଥାନ୍ତି। ସାଧାରଣତଃ ହାଣ୍ଡିରେ ଭାତ ତିଆରି କରିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗୁଥିବା ବେଳେ ପ୍ରେସର କୁକରରେ ୨୦ ମିନିଟ୍‌ ଲାଗିଥାଏ। କିନ୍ତୁ କୁହାଯାଏ ଯେ ଖାଦ୍ୟକୁ ସବୁବେଳେ ଧିମା ଆଞ୍ଚରେ ତିଆରି କରିବ ଉଚିତ। ଏହା ଦ୍ୱାରା ପୌଷ୍ଟିକ ତତ୍ତ୍ୱ ବଜାୟ ରହେ। ଖାସ୍‌ କରି ପ୍ରେସର କୁକରରେ ଖାଦ୍ୟ ତିଆରି କରିବାକୁ ଅଧିକ ଆଞ୍ଚ ଦରକାର ପଡ଼ୁଥିବାରୁ ଏଥିରେ ରୋଷେଇ ହେଉଥିବା ଖାଦ୍ୟର ମାନ କମିଯାଏ। ଏକ୍ସପର୍ଟଙ୍କ ମୁତାବକ ଷ୍ଟାଚ୍‌ଯୁକ୍ତ ଖାଦ୍ୟକୁ ପ୍ରେସରରେ ରାନ୍ଧିବା ଅନୁଚିତ। ଏହା ଦ୍ୱାରା ସମସ୍ତ ପୌଷ୍ଟିକ ତତ୍ତ୍ୱ ଚାଲିଯାଏ ଓ ରୋଗର ଆଶଙ୍କା ବଢ଼େ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟକୁ ପ୍ରେସର କୁକରରେ ତିଆରି କରିବା ମନା…

ଭାତ:

Basic Stovetop Rice Recipe - NYT Cooking

ଭାତକୁ ପ୍ରେସରରେ ରୋଷେଇ କରିବା ଉଚିତ ନୁହେଁ। ଚାଉଳକୁ ପ୍ରେସରରେ ରାନ୍ଧିଲେ ଏଥିରୁ ଏକ୍ରିଲାମାଇଡ୍‌ ନାମକ କ୍ଷତିକାରକ କେମିକାଲ ତିଆରି ହୋଇଥାଏ। ଏହି କେମିକାଲ ଯୋଗୁ ବିଭିନ୍ନ ଗମ୍ଭୀର ରୋଗ ସୃଷ୍ଟି ହୋଇଥାଏ। ଏହା ବ୍ୟତୀତ ପ୍ରେସରରେ ରାନ୍ଧିଲେ ଏଥିରୁ ପେଜ ବାହାରି ନଥାଏ। ଫଳରେ ଏହି ଭାତ ଯୋଗୁ ମୋଟାପଣ ଭଳି ସମସ୍ୟା ମଧ୍ୟ ଦେଖାଯାଏ।

ଆଳୁ:

 

ଆଳୁ ସିଝାଇବାକୁ ଅଧିକାଂଶ ଲୋକ ପ୍ରେସର ବ୍ୟବହାର କରିଥାନ୍ତି। କିନ୍ତୁ ଫୁଡ୍‌ ଏକ୍ସପର୍ଟଙ୍କ ମୁତାବକ ଆଳୁକୁ ପ୍ରେସରରେ ସିଝାଇବା ଭୁଲ। ଆଳୁକୁ ପ୍ରେସରରେ ସିଝାଇବା ଦ୍ୱାରା କେତେକ ରୋଗ ଯଥା: ନ୍ୟୁରୋଲୋଜିକାଲ ଡିସଅର୍ଡର ଓ କ୍ୟାନସରର ଆଶଙ୍କା ବଢ଼ିଯାଏ।

ପାସ୍ତା:

 

ପାସ୍ତା ସିଝାଇବାକୁ ଅଧିକାଂଶ ମହିଳା ପ୍ରେସର କୁକୁର ବ୍ୟବହାର କରିଥାନ୍ତି। ଏହା ଦ୍ୱାରା ଶୀଘ୍ର ପାସ୍ତା ସିଝିଯାଏ। କିନ୍ତୁ ଏଭଳି କରିବା ଅନୁଚିତ। ପାସ୍ତାକୁ ସବୁବେଳେ କଡ଼େଇରେ ସିଝାଇବା ଉଚିତ। ପାସ୍ତାକୁ କୁକରରେ ସିଝାଇବା ଦ୍ୱାରା ନ୍ୟୁରୋଲୋଜିକାଲ ଡିସ୍‌ଅର୍ଡର ଓ କ୍ୟାନସର ଭଳି ଗମ୍ଭୀର ରୋଗ ହେବା ଆଶଙ୍କା ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button