ମନୋରଞ୍ଜନ

କୋହଲା ପାଗରେ ପ୍ରସ୍ତୁତ କରନ୍ତୁ ଗରମା ଗରମ କାକୁଡି ପକୋଡି, କେବେବି ଖାଇନଥିବେ ଏମିତି ସ୍ୱାଦ

ବର୍ଷା ପାଗ ସାଙ୍ଗକୁ ଶୀତୁଆ ଅନୁଭବରେ ଗରମା ଗରମ ପକୋଡି ଖାଇବାକୁ ଇଚ୍ଛା ହୋଇଥାଏ। କୋହଲା ପାଗକୁ ଗରମ ଗରମା ପକୋଡି ଦିନକୁ ଆହୁରି ସୁନ୍ଦର କରିଦିଏ। ଆପଣଙ୍କ ଟେଷ୍ଟକୁ ନଜରରେ ରଖି ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ରେସିପି ନେଇ ଆସିଛୁ। ଆପଣ କାକୁଡି ପକୋଡି କେବେ ଖାଇଛନ୍ତି। ଯଦି ଖାଇନାହାନ୍ତି ତାହେଲେ ଆଜି ହିଁ ପ୍ରସ୍ତୁତ କରି ଖାଆନ୍ତୁ।

ଆବଶ୍ୟକ ସାମଗ୍ରୀ

-ଏକ କପ୍‌ ଅଟା

-ଦୁଇ ଟେବୁଲ ଚାମଚ କଳା ଲୁଣ

-୧/୨ ଚାମଚ ଲାଲ ଲଙ୍କା ପାଉଡର

-୧/୨ ଚାମଚ ଧନିଆ ପାଉଡର

-ଏକ ଚାମଚ କଞ୍ଚା ଲଙ୍କା କଟା ହୋଇଥିବା

-ଦୁଇ ବଡ (ପତଳା କଟା ହୋଇଥିବା କାକୁଡି)

-ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଅଟା, କଳା ଲୁଣ, ଲାଲ ଲଙ୍କା ପାଉଡର, ଧନିଆ ପାଉଡର, କଟା କଞ୍ଚା ଲଙ୍କା ଏକା ସାଥିରେ ମିଶାଇ ଦିଅନ୍ତୁ। ଗାଢ଼ା ଘୋଳ ପ୍ରସ୍ତୁତ କରିବା ପାଇଁ ସେଥିରେ ଅଳ୍ପ ପାଣି ମିଶାଇ ଦିଅନ୍ତୁ। ଏବେ କଡାରେ ତେଲ ଗରମ କରନ୍ତୁ। ଏବେ କାକୁଡିର ଛୋଟ ଛୋଟ ପିସକୁ ନେଇ ଘୋଳରେ ବୁଡାଇ ତେଲରେ ଛାଣି ଦିଅନ୍ତୁ। ଏହା ସୁନେଲୀ ରଙ୍ଗ ହୋଇଗଲା ପରେ ପ୍ଲେଟକୁ ବାହାର କରିଦିଅନ୍ତୁ। ଏବେ ଏହାକୁ ସାଇଡରେ ରଖିଦିଅନ୍ତୁ। ସର୍ଭ କରିବା ପୂର୍ବରୁ ପକୋଡିକୁ ଆଉ ଥରେ ତେଲରେ ଛାଣି ଦିଅନ୍ତୁ। ଯେତେବେଳେ ଏ ଭଲରେ ଭାଜି ହୋଇଯିବ ତାକୁ ବାହାର କରି ସର୍ଭ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button