IBN ଓଡ଼ିଶା ଏକ୍ସକ୍ଲୁସିଭ୍

କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ୩୦ ମିନିଟ୍‌ରେ ମିଳିବ ଆରାମ

ବର୍ତ୍ତମାନ ଖରାପ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ଅଧିକାଂଶ ଲୋକ କୋଷ୍ଠକାଠିନ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ଏହି ସମସ୍ୟା ଥିଲେ ପେଟ ଠିକ୍‌ ଭାବେ ପରିଷ୍କାର ହୋଇନଥାଏ। ଫଳରେ ଦିନ ସାରା ଅସ୍ୱସ୍ତି ଲାଗେ। ଏହି ସମସ୍ୟାକୁ ଅଣଦେଖା କଲେ ପରେ ଅବସ୍ଥା ସାଂଘାତିକ ହେବା ସମ୍ଭାବନା ରହିଛି। ଡାକ୍ତରଙ୍କ କହିବାନୁସାରେ ଖାଦ୍ୟ ଠିକ୍‌ଭାବେ ହଜମ ନହେବା ଯୋଗୁ ଯଦି ୩ ସପ୍ତାହ ପର୍ଯ୍ୟନ୍ତ ଝାଡ଼ା ପରିଷ୍କାର ନ ହୁଏ ତେବେ ଆପଣଙ୍କୁ କୋଷ୍ଠକାଠିନ୍ୟ ହୋଇଛି ବୋଲି ଜାଣନ୍ତୁ। ଏହାର ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ। ଯଦି ଆପଣ ବି କୋଷ୍ଠକାଠିନ୍ୟ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଘରୋଇ ଉପାୟରେ ମଧ୍ୟ ଏହାକୁ ଦୂର କରିପାରିବେ। ମାତ୍ର ୩୦ ମିନିଟ୍‌ ମଧ୍ୟରେ ଆପଣ ଏହି ସମସ୍ୟା ଦୂର କରିପାରିବେ। ଆସନ୍ତୁ ଜାଣିବା କୋଷ୍ଠକାଠିନ୍ୟର ଘରୋଇ ଉପଚାର…

ମେଥି:

Know How Fenugreek Is A Boon For Skin, Hair

ପେଟର ସବୁ ସମସ୍ୟାକୁ ଦୂର କରିବା କ୍ଷମତା ମେଥିର ରହିଛି। ଏଥିପାଇଁ ଗୋଟେ ଗ୍ଲାସ୍‌ ପାଣିରେ ୨ ଚାମଚ ମେଥି ପକାଇ ଭଲ ଭାବେ ଫୁଟାନ୍ତୁ। ପରେ ଏହାକୁ ଛାଣି ପାଣିକୁ ପିଇ ଦିଅନ୍ତୁ। ଅଧ ଘଣ୍ଟାରେ ପରିବର୍ତ୍ତନ ଲକ୍ଷ୍ୟ କରିପାରିବେ।

ଘୋଳ ଦହି:

Recipe: Masala Chaas | News | Zee News

ପୂର୍ବ କାଳରେ ପେଟର ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ଘୋଳ ଦହି ବ୍ୟବହାର କରାଯାଉଥିଲା। ଏହା ପେଟର ସବୁ ଅସୁବିଧାକୁ ମାତ୍ର ଅଧଘଣ୍ଟାରେ ଦୂର କରିଥାଏ। କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ଏକ ଗ୍ଲାସ୍‌ ଘୋଳ ଦହିରେ ଅଧ ଚାମଚ ଭଜା ଜିରା ଗୁଣ୍ଡ, ସ୍ୱାଦ ଅନୁସାରେ କଳା ଲୁଣ ପକାଇ ଗୋଳାଇ ପିଇ ଦିଅନ୍ତୁ। ଏହା ପେଟକୁ ଥଣ୍ଡା ରଖିଥାଏ।

ଅଧିକ ପାଣି ପିଇବା:

ଶରୀରକୁ ହାଇଡ୍ରେଟ୍‌ ଓ ଥଣ୍ଡା ରଖିବା ପାଇଁ ପାଣି ପିଇବା ନିହାତି ଜରୁରୀ। ଝାଡ଼ା ପରିଷ୍କାର ହେଉନଥିଲେ ଗରମ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।

ଅଳସୀ:

Alasi at Rs 129/bottle | Flax Seed | ID: 17425456348

କୋଷ୍ଠକାଠିନ୍ୟ ଦୂର କରିବାରେ ଅଳସୀ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ରାତିରେ ଶୋଇବା ପୂର୍ବରୁ କପେ ପାଣିରେ ୧ ଚାମଚ ଅଳସୀ ପକାଇ ଭଲ ଭାବେ ଫୁଟାନ୍ତୁ। ଏହି ପାଣିକୁ ପିଇବା ଦ୍ୱାରା କବ୍ଜ ସମସ୍ରା ହେବ।

ଅଦା ଚା’:

ରାତିରେ ଶୋଇବାର କିଛି ସମୟ ପୂର୍ବରୁ ଅଦା ଚା’ରେ ୨ ଚାମଚ ଜଡ଼ା ତେଲ ପକାଇ ପିଅନ୍ତୁ। ଏହା ପେଟକୁ ସଫା କରି ଝାଡ଼ା ପରିଷ୍କାର କରେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button