IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଅଳସୁଆ ଲାଗୁଥିଲେ ଏସବୁ ଖାଦ୍ୟ ସେବନ କରନ୍ତୁ, ଫୁର୍ତ୍ତି ଲାଗିବ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମଣିଷ କାମ କରି କରି ହାଲିଆ ହୋଇଯାଉଛି। ଶରୀରକୁ ଆଳସ୍ୟ ଘାରିବା ଦ୍ୱାରା ଅନ୍ୟ କୌଣସି କାମ କରିବାକୁ ଇଚ୍ଛା ହେଉନାହିଁ। ଆଳସ୍ୟ ଯୋଗୁ ଆମ କାମ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡୁଛି। ଆପଣ ବି ଯଦି କାମ କରି କରି ହାଲିଆ ହୋଇଯାଉଛନ୍ତି ତେବେ ଆସନ୍ତୁ ଜାଣିବା ଏହାକୁ ଦୂର କରିବାର କେତେକ ଘରୋଇ ଉପାୟ…

ଦହି:

2 घंटे में गाढ़ा दही जमाएं | Dahi Jamane Ka ...

ଦହିରେ କାର୍ବୋହାଇଡ୍ରେଟ ଓ ପ୍ରୋଟିନର ମାତ୍ରା ଅଧିକ ରହିଥିବାରୁ ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ଦହି ସେବନ କରିବା ଦ୍ୱାରା ଶରୀରରୁ ଥକାପଣ ଓ ଆଳସ୍ୟ ଦୂର ହୋଇଥାଏ।

ପାନ ମଧୁରୀ:

ଏହା ମଧ୍ୟ ଶରୀରରୁ ଥକାପଣ ଦୂର କରିବାରେ ସହାୟକ ହୋଇଥାଏ । ପାନ ମଧୁରୀରେ ଆଇରନ, କ୍ୟାଲସିୟମ, ସୋଡିୟମ ଏବଂ ପୋଟାସିୟମର ମାତ୍ରା ଅଧିକ ଥାଏ ।

ଗ୍ରୀନ ଟି:

5 Health Benefits of Lemongrass Green Tea | by TheChayi | Medium

ଗ୍ରୀନ ଟି ଶରୀରକୁ ଏନର୍ଜି ଯୋଗାଇଥାଏ। ଏହାକୁ ପିଇବା ଦ୍ୱାରା ଏକାଗ୍ରତା ବୃଦ୍ଧି ହୋଇଥାଏ। ଏଥିସହ ଚିନ୍ତା ଦୂର ହୋଇଥାଏ।

ଦଲିଆ:

ଦଲିଆରେ କାର୍ବୋହାଇଡ୍ରେଟ ଓ ଗ୍ଲାଇକୋଜନ ପ୍ରଚୁର ପରିମାଣରେ ରହିଥାଏ, ଯାହା ଶରୀରକୁ ବଳ ଓ ପ୍ରୋଟିନ ଯୋଗାଇ ଥାଏ। ଦଲିଆ ଖାଇବା ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

ଜୁସ ଓ ପାଣି :

ପ୍ରଚୁର ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଶରୀରରେ ପାଣିର ଅଭାବ ଦ୍ୱାରା ମଧ୍ୟ ହାଲିଆ ଅନୁଭବ ହୋଇଥାଏ । ଦିନକୁ ୭ ରୁ ୮ ଗ୍ଲାସ ପାଣି ପିଇବା ସହିତ ଫଳ ଜୁସ କିମ୍ବା ପଇଡ ପାଣିର ସେବନ କରିବା ଶରୀର ପାଇଁ ଭଲ।

ଚକୋଲେଟ :

Fine & Commercial Chocolate: Do You Know The Difference? - Perfect ...

କୋକୋ ପାଉଡରରୁ ଚକୋଲେଟ ତିଆରି ହୋଇଥାଏ। ଏଣୁ ଏଥିରେ ପ୍ରୋଟିନର ପରିମାଣ ଅଧିକ ରହିଥାଏ। ଚକୋଲେଟ ଖାଇବା ଦ୍ୱାରା ଶରୀରର ଥକାପଣ ଦୂର ହେବା ସହ ମସଲ୍ସ ରିଲାକ୍ସ ହୋଇଥାଏ। ମୁଡକୁ ରିଫ୍ରେସ କରିବାରେ ମଧ୍ୟ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button