ଘରେ ବନାନ୍ତୁ ରେସ୍ତୋରାଁ ଭଳି ସେଜଓ୍ଵାନ ଫ୍ରାଇଡ୍ ରାଇସ୍, ତାହା ପୁଣି ବଳକା ଭାତରୁ

ଘରେ ସବୁବେଳେ କିଛି ନୂଆ ନୂଆ ସ୍ୱାଦ ଚାଖିବାକୁ ଇଚ୍ଛା ହୋଇଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ରେସିପି ନେଇ ଆସିଛୁ। ଯାହାର ସ୍ୱାଦ ଥରେ ଚାଖିଲେ କେବେବି ଭୂଲିପାରିବେନାହିଁ। ଘରେ ସାଧାରଣତଃ ବଳକା ଭାତକୁ ଫୋପାଡି ଦିଅନ୍ତି କିନ୍ତୁ ଏହି ବଳକା ଚାଉଳରେ ଆପଣ ରେସ୍ତୋରାଁ ଷ୍ଟାଇଲ ସେଜଓ୍ଵାନ ରାଇସ୍ ନେଇଆସିଛୁ। ଯାହାର ସ୍ୱାଦ ଏକଦମ୍ ଜବରଦସ୍ତ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
ବଳକା ଭାତ – ୩ ପାତ୍ର
ପିଆଜ – ୧ ଲମ୍ବା କଟା ହୋଇଥିବା
ସିମଲା ଲଙ୍କା – ୧ ଛୋଟ କଟା ହୋଇଥିବା
ଗାଜର – ଗୋଟେ ଛୋଟ ସାଇଜ୍
ରସୁଣ –୫ କୋଲା
ସେଜଓ୍ଵାନ ସସ୍ – ୨ ଟେବୁଲ ଚାମଚ
ଲୁଣ – ସ୍ୱାଦାନୁସାରେ
ଗୋଲମରୀଚ ପାଉଡର – ୧ ଟେବୁଲ ଚାମଚ
ଲାଲ ଲଙ୍କା ପାଉଡର – ୨ ଟେବୁଲ ଚାମଚ
ମ୍ୟାଗି ମସଲା – ୧ ପାଉଚ୍
ପ୍ରସ୍ତୁତି ପ୍ରଣାଳୀ
– ରସୁଣକୁ କାଟି ଦିଅନ୍ତୁ, ପ୍ୟାନରେ ତେଲ ଗରମ କରି ରସୁଣକୁ ପକାଇ ସାମାନ୍ୟ ଭାଜି ଦିଅନ୍ତୁ।
– ଏହାପରେ କଟା ପିଆଜ ପକାଇ ଦିଅନ୍ତୁ। ପିଆଜ ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
– ଏବେ କଟା ହୋଇଥିବା ଗାଜର ଏବଂ ସିମଲା ଲଙ୍କାକୁ ପକାନ୍ତୁ।
– ଏହାପରେ ସମସ୍ତ ମସଲା ଲୁଣ, ଗୋଲମରୀଚ, ଲାଲ ଲଙ୍କା ଏବଂ ମ୍ୟାଗି ମସଲା ପକାଇ ଦିଅନ୍ତୁ।
– ମସଲା ପକାଇବା ପରେ ୨ ମିନିଟ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ଭାଜନ୍ତୁ।
– ଏସବୁକୁ ଭଲଭାବେ ଭାଜିଲା ପରେ ଚାଉଳ ପକାନ୍ତୁ ଏବଂ ଏହାଉପରେ ସେଜଓ୍ଵାନ ସସ୍ ମଧ୍ୟ ପକାଇ ଦିଅନ୍ତୁ।
-ଆପଣ ଚାହିଁଲେ ଏଥିରେ ଏକ ଚାମଚ ଟମାଟୋ କେଚଅପ୍ ମଧ୍ୟ ପକାଇ ପାରିବେ।
– ଚାଉଳକୁ ପକାଇ ସ୍ପିଡ୍ ଆଞ୍ଚରେ ୨ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ।
– ଏବେ ଆପଣଙ୍କର ସେଜଓ୍ଵାନ ଫ୍ରାଇଡ୍ ରାଇସ୍ ପ୍ରସ୍ତୁତ ହୋଇଯାଇଛି।
-ଆପଣ ଏହାକୁ ମନଚୁରିଆନ ସହିତ ମଧ୍ୟ ସର୍ଭ କରିପାରିବେ।




