IBN ଓଡ଼ିଶା ବ୍ୟୁରୋ

ସକାଳୁ ଉଠିବା ମାତ୍ରକେ ହିଁ କରନ୍ତୁ ବାସ୍ତୁର ଏହି ଉପାୟ, କେବେବି ଘରେ ରହିବ ନାହିଁ ଆର୍ଥିକ ସଂକଟ

ବାସ୍ତୁରେ ଏମିତି ଅନେକ ଉପାୟ ରହିଛି ଯାହାକୁ ଆପଣେଇବା ଦ୍ୱାରା ଆପଣ କେବେି ଧନର ଅଭାବକୁ ସାମ୍ନା କରିବେନାହିଁ। ଯଦି ଆପଣଙ୍କ ଆର୍ଥିକ ସ୍ଥିତି ଠିକ୍‌ ନାହିଁ କିମ୍ବା ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ବାସ୍ତୁର ଏହି ଉପାୟକୁ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ହେବ ଏବଂ ଆର୍ଥିକ ସଂକଟ ଦୂର ହୋଇଯିବ। ତାହେଲେ ଆସନ୍ତୁ ଜାଣିବା ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଏହି ସହଜ ବାସ୍ତୁ ଟିପ୍ସ।

ଘରର ଦ୍ୱାର ଏମିତି ଏକ ସ୍ଥାନ ଅଟେ ଯାହା ଆବଗମନର ସ୍ଥାନ ହୋଇଥାଏ। ଏହାସହିତ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତିର ପ୍ରବେଶ ମଧ୍ୟ ଏହିଠାରେ ହୋଇଥାଏ। ଏହିପରି ଭାବରେ ଧନ ବୃଦ୍ଧିରେ ମଧ୍ୟ ମୁଖ୍ୟ ଦ୍ୱାରର ବହୁତ ମହତ୍ତ୍ୱ ରହିଛି। ଏଥିପାଇଁ ସକାଳୁ ଉଠି ଦ୍ୱାର ଖୋଲିବା ସମୟରେ ସର୍ବପ୍ରଥମେ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ ଆଉ ତାପରେ ଯାଇ ଦ୍ୱାର ଖୋଲନ୍ତୁ।

money vastuଘରର ଦ୍ୱାରକୁ କଳା ରଙ୍ଗର ଛାଡି ଅନ୍ୟ ସବୁ ରଙ୍ଗ ଦେଇପାରିବେ। ଆପଣ ଚାହିଁଲେ ନିଜ ଘରର ଦ୍ୱାରକୁ ଲାଲ କିମ୍ବା ମେରୁନ୍‌ ରଙ୍ଗ କରିପାରିବେ। ଏହି ରଙ୍ଗକୁ ବହୁତ ଶୁଭ ବୋଲି ଧରାଯାଏ। ଏମିତି କରିବା ଦ୍ୱାରା ଘରେ ଆର୍ଥିକ ସମ୍ପନ୍ନତା ରହିଥାଏ।
ଯଦି ଆପଣଙ୍କ ଘରର ଦ୍ୱାର ଲାଲ କିମ୍ବା ମେରୁନ ରଙ୍ଗର ନୁହେଁ ତାହେଲେ ଆପଣ ଘରର ଦ୍ୱାରକୁ ଡିଜାଇନ ମଧ୍ୟ କରିପାରିବେ। ସକାଳୁ ଦ୍ୱାର ଖୋଲିବା ସମୟରେ ଡିଜାଇନ ଆଡକୁ ଦେଖି ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରନ୍ତୁ। ଏହାଦ୍ୱାରା ମଧ୍ୟ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଟଙ୍କାର ଅଭାବ ରହେନାହିଁ।

ଦ୍ୱାରରେ ଶୁଭ-ଲାଭ, ସ୍ୱସ୍ତିକ, ଓଁ ଆଦି ଚିହ୍ନର ପ୍ରୟୋଗ କରିବା ଉଚିତ। ଏହି ପ୍ରତିକ ଅତି ଶୁଭ ହୋଇଥାଏ। ଘରର ଦ୍ୱାରରେ ଗଣେଶଙ୍କ ପ୍ରତିମା ଲଗାନ୍ତୁ। ସକାଳର ଦ୍ୱାରକୁ ଖୋଲିବା ସମସୟରେ ଏହି ଚିହ୍ନକୁ ପ୍ରଣାମ କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ। ନିୟମିତ ଭାବରେ ଏମିତି କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଆସିଥାଏ। ମାତା ଲକ୍ଷ୍ମୀଙ୍କ କୃପା ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button