ରାଜ୍ୟ

ଆଜି ହିଁ ଡିନରରେ ବନାନ୍ତୁ ପନୀର କସୁରୀ, ଆଙ୍ଗୁଠି ଚାଟି ରହିଯିବେ

ଶ୍ରାବଣ ମାସ ଚାଲିଛି। ତେଣୁ ଅଧିକାଂଶ ଲୋକ ଆମିଷ ବଦଳରେ ନିରାମିଷ ଖାଦ୍ୟ ଖାଉଛନ୍ତି। ନିରାମିଷ ଖାଦ୍ୟରେ ଗୋଟିଏ ପ୍ରକାର ଖାଦ୍ୟ ଖାଇ ହୁଏତ ଆପଣ ବିରକ୍ତି ହୋଇଯିବେଣି। କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ନୂଆ ବ୍ୟଞ୍ଜନ ବିଷୟରେ ଜଣାଇବୁ, ଯାହା ଆପଣ ଖାଇଲେ ଆଙ୍ଗୁଠି ଚାଟି ଚାଟି ରହିଯିବେ। ଏମିତି ଏକ ସ୍ୱାଦିଷ୍ଟ ଖାଦ୍ୟ ହେଉଛି ପନୀର କସୁରୀ।

ଆବଶ୍ୟକ ସାମଗ୍ରୀ :

୩୫୦ ଗ୍ରାମ ପନୀର ( ଛୋଟ ଛୋଟ କଟା ହୋଇଥିବା)
୧ ସିମଲା ଲଙ୍କା
୧ ପିଆଜ କଟା ହୋଇଥିବା
୨ ଟେବୁଲସ୍ପୁନ କସୁରୀ ମେଥି
୧ ଚାମଚ ଲଙ୍କା ପାଉଡର
୧ ଚାମଚ ଜୀରା ପାଉଡର
୧ ଚାମଚ କିଚେନ କିଙ୍ଗ ମସଲା

panner
୧ ଚାମଚ ରସୁଣ ପେଷ୍ଟ
୧ ଚାମଚ ଚିନି
୪ଟି ଟମାଟର ପ୍ୟୁରୀ
୧/୪ କପ ଫ୍ରେଶ କ୍ରିମ
ଟିକେ ଅରେଞ୍ଜ ରେଡ କଲର
୧ ଛୋଟ ଖଣ୍ଡ ଅଦା ପେଷ୍ଟ
୨ ଚାମଚ ବଟର
ଲୁଣ ସ୍ୱାଦନୁସାରେ
ଅଳ୍ପ ଧନିଆପତ୍ର କଟା ହୋଇଥିବା

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ କଢେଇରେ ବଟର ପକାଇବା ପରେ ଅଦା, ରସୁଣ, ପିଆଜ ଏବଂ ସିମଲା ଲଙ୍କା ପକାଇ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଭାଜିଦିଅନ୍ତୁ। ତା’ ପରେ ବାକି ସବୁ ସାମଗ୍ରୀକୁ ପକାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଭାଜିବା ପରେ ମସଲା ପକାଇ ଦିଅନ୍ତୁ। ଏହା ପ୍ରସ୍ତୁତ ହୋଇଯିବା ପରେ ଧନିଆପତ୍ର ପକାଇ ପରଷନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button